ନବରଙ୍ଗପୁର/କୋରାପୁଟ: ଦିନକୁ ଦିନ ଜୋର ଧରୁଛି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି । ନବରଙ୍ଗପୁର ଠାରୁ କୋରାପୁଟ ସବୁଠି ପ୍ରତିବାଦର ସ୍ବର । ଜିଲ୍ଲାରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ପଦବୀରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି କରିବା ଦାବିରେ ନବରଙ୍ଗପୁରରେ ୧୨ ଘଣ୍ଟା ବନ୍ଦ ପାଳନ କରାଯଉଛି ।

ବିଗତ କିଛି ଦିନ ପୂର୍ବେ ଜିଲ୍ଲାରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇ ଏଗ୍ରିମେଣ୍ଟ ପେପର ପୈଠ କରିବା ସମୟରେ ନବରଙ୍ଗପୁରର ବିଭିନ୍ନ ସଙ୍ଗଠନ ତରଫରୁ ଏହାକୁ ବିରୋଧ କରି ମିଶନ ଶକ୍ତିର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାର୍ଥୀ ହିଁ ଏଗ୍ରିମେଣ୍ଟ ପେପର ଦାଖଲ କରିବା ପାଇଁ ଅନୁମତି ଦେଇଥିବା ବେଳେ ଅନ୍ୟ ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ଭିତରକୁ ଛାଡି ନଥିଲେ । ଏହା ପର ଠାରୁ ଅବିଭକ୍ତ କୋରାପୁଟ ଜିଲ୍ଲା ସହ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଜିଲ୍ଲା ଭିତ୍ତିକ ନିଯୁକ୍ତି ସମ୍ପର୍କରେ ଆନ୍ଦୋଳନ ଜୋର ଧରିଥିଲା ।

ନବରଙ୍ଗପୁର

: ; --tw-scroll-snap-strictness: proximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;"> ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ ଡାକରା ଦିଆଯାଇଥିଲା । ଏହି ଡାକରାରେ କଂଗ୍ରେସ ଓ ବିଜୁ ଜନତା ଦଳ ମଧ୍ୟ ସାମିଲ ହୋଇଛନ୍ତି । ସହରର ଚାଉଁରିଆଗୁଡା ଛକ ଓ ମାଝୀଗୁଡା ଛକ ସମେତ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଥିଲେ । ଫଳରେ ସହର ମଧ୍ୟ ଦେଇ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଔଷଧ ଦୋକାନ, ଆମ୍ବୁଲାନ୍ସ ଭଳି ଜରୁରୀ ସେବା ଯୋଗାଉଥିବା ସଂସ୍ଥା ଗୁଡିକୁ ବନ୍ଦରୁ ବାଦ ଦିଆଯାଇଥିବା ବେଳେ ଅନ୍ୟ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଥିଲା ।

ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ନିଯୁକ୍ତି ନପାଇ ନବରଙ୍ଗପୁର ଜିଲ୍ଲାର ପିଲା ବାହାର ଜିଲ୍ଲାକୁ ଦାଦନ ଖଟିବାକୁ ଯାଉଥିବା କହିଛନ୍ତି ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି । ଏଥିପାଇଁ କନିଷ୍ଠ ଶିକ୍ଷକ ପଦବୀ ଜିଲ୍ଲା ଭିତ୍ତିକ କରିବା, ପେଶା ଆଇନ ଲାଗୁ କରିବା ଏବଂ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀକୁ ଜିଲ୍ଲା ଭିତ୍ତିକ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ୫ ତାରିଖ ନବରଙ୍ଗପୁର ଜିଲ୍ଲାରେ କଳା ଦିବସ ପାଳନ କରିବା ସହ ଦାବି ପୂରଣ ନେହେଲେ 6, 7 ଓ 8 ତାରିଖ ତିନିଦିନ ଧରି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରାଯିବ ବୋଲି ଚେତାବନୀ ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି ।

ଭିତ୍ତିକ ନିଯୁକ୍ତି ନେଇ ଆଜି କୋରାପୁଟ ଜିଲ୍ଲାରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି l ମିଳିତ କ୍ରିୟାନୁଷ୍ଠାନ କମିଟି ଦେଇଥିବା 12 ଘଣ୍ଟିଆ ବନ୍ଦ ପାଳନକୁ କଂଗ୍ରେସ, ବିଜେଡି ସମେତ ବିଭିନ୍ନ ସଂଘ ସମର୍ଥନ କରିଥିବା ବେଳେ ବିଜେପି ନିଜକୁ ଏହି ଆନ୍ଦୋଳନରୁ ବାହାରେ ରଖିଛି । କୋରାପୁଟ ପିଲାଙ୍କୁ ନିଯୁକ୍ତି ଦାବିରେ 14 ଗୋଟି ବ୍ଲକରେ ଏହାର ପ୍ରଭାବ ଦେଖିବା ମିଳିଛି । ବନ୍ଦ ପ୍ରଭାବ ଯୋଗୁଁ ଦୋକାନ ବଜାର ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

0 Comments