ଭୁବନେଶ୍ୱର/ଝାରସୁଗୁଡା: ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଦେବେ ରାଜ୍ୟବାସୀଙ୍କୁ ଦଶହରା ଭେଟି । ଝାରସୁଗୁଡାରେ ପ୍ରଧାନମନ୍ତ୍ରୀ ରାଜ୍ୟରେ ରେଳ ବିକାଶ ପାଇଁ ୧୭୦୦ କୋଟି ଟଙ୍କା ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ସେହିପରି ପ୍ରଧାନମନ୍ତ୍ରୀ ଯୁବ ସମାବେଶରେ ସାମିଲ ହୋଇ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବେ । ଏହାସହିତ ଝାରସୁଗୁଡାରୁ ସାରା ଦେଶ ପାଇଁ
sepia: ; font-weight: bolder; font-family: __Noto_Sans_8df048, __Noto_Sans_Fallback_8df048; font-size: 20px;">ବିଏସଏନଏଲ୍ 4G ସେବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
। ରାଜ୍ୟ ସରକାରଙ୍କ ପକ୍ଷରୁ ଚୂଡାନ୍ତ ପ୍ରସ୍ତୁତି ସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । କାର୍ଯ୍ୟକ୍ରମରେ ୮୦ ହଜାରରୁ ଉର୍ଦ୍ଧ୍ଵ ଜନସାଧାରଣ ପ୍ରତ୍ୟକ୍ଷ ଭାବେ ସାମିଲ ହେବା ନେଇ ବ୍ୟବସ୍ଥା କରାଯାଇଛି ।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଝାରସୁଗୁଡାରେ ପହଁଚିବା ପରେ ଅମଲିପାଲିଠାରେ ଏକ ଯୁବ ସମାବେଶରେ ଯୋଗଦେବେ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଗତକାଲି ମୁଖ୍ୟମନ୍ତ୍ରୀ ଅମଲିପାଲି ପଡ଼ିଆରେ ପହଁଚି ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଆଜି ସକାଳୁ ଝାରସୁଗୁଡା ଜିଲ୍ଲାପାଳ, RDC ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କାର୍ଯ୍ୟର ସମୀକ୍ଷା କରିଥିଲେ। ତେବେ ଆସନ୍ତାକାଲି ସେବା ପର୍ବରେ ସାମିଲ ହେବ ପ୍ରଧାନମନ୍ତ୍ରୀ ଏବଂ ସେଠାରୁ ଦେଶର ଯୁବକ ମାନଙ୍କୁ ସମ୍ବୋଧନ କରିବେ ।
ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସକାଳ ୯.୨୦ ମିନିଟରେ ନୂଆଦିଲ୍ଲୀ ବିମାନ ବନ୍ଦରରୁ ବାହାରିବେ । ସ୍ୱତନ୍ତ୍ର ବାୟୁସେବା ବିମାନ ଯୋଗେ ପ୍ରଧାନମନ୍ତ୍ରୀ ଆସିବେ । ଝାରସୁଗୁଡା ବିମାନବନ୍ଦରରେ ପୂର୍ବାହ୍ନ ୧୧.୧୦ ମିନିଟରେ ପହଞ୍ଚିବେ । ବିମାନ ବନ୍ଦରରୁ ସଡ଼କ ପଥରେ କାର୍ଯ୍ୟକ୍ରମ ସ୍ଥଳକୁ ଯିବେ । ପୂର୍ବାହ୍ନ ୧୧.୨୫ ମିନିଟରେ ଅମଲିପାଲି ସ୍ଥିତ ପଡିଆରେ ପହଁଚି ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ପୂର୍ବ ନିର୍ଦ୍ଧାରିତ ଅନୁସାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ସହ ବିଭିନ୍ନ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ସାରି ଅପରାହ୍ନ ୧୨.୪୫ ମିନିଟରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଝାରସୁଗୁଡା ଉଠିଯାଇଛି ଓଡିଶା ମନ୍ତ୍ରୀ ମଣ୍ଡଳ । ମୁଖ୍ୟମନ୍ତ୍ରୀଙ୍କ ସହ ୬ରୁ ଉର୍ଦ୍ଧ୍ବ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଝାରସୁଗୁଡାରେ ଡେରା ପକାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଓ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ପ୍ରମୁଖ ସାଙ୍ଗରେ ଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଦଳୀୟ ନେତା ଓ କର୍ମୀ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀ ରାତ୍ରି ଯାପନ କରିଛନ୍ତି ।
ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ବ୍ରହ୍ମପୁରରେ ହେବାକୁ ଥିଲା । ଉପକୂଳ ଜିଲ୍ଲାକୁ ବର୍ଷା ବେହାଲ କରିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ବଦଳରେ ଝାରସୁଗୁଡାରେ ଆୟୋଜନ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ଆୟୋଜନ କରିବା ପାଇଁ ରାଜ୍ୟ ମୁଖ୍ୟାଳୟ ଗୃହ ବିଭାଗରେ ଖୋଲିଛି ଏକ କଣ୍ଟ୍ରୋଲ ରୁମ । ଜନଗହଳି ପରିଚାଳନା, ପାର୍କିଂ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି ।