ଅଞ୍ଚଳରେ ମହାନଦୀରେ ଡଙ୍ଗା ବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ନିକଟ ଆତ୍ମୀୟଙ୍କୁ 4 ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

ଆଜି (ଶୁକ୍ରବାର) ଝାରସୁଗୁଡା ଜିଲ୍ଲା ଲଖନପୁରର ଶରଧାରେ ମହାନଦୀରେ ଅଘଟଣ ଘଟିଛି । ଏବେ ସୁଦ୍ଧା ଡଙ୍ଗା ଦୁର୍ଘଟଣାରେ 2 ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ତେବେ ଏ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି । ଏହା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ଲାଗି 4 ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ନିଖୋଜମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5 ସ୍କୁବା ଡ୍ରାଇଭର ଓ 2 କ୍ୟାମେରା ବିମାନ ଯୋଗେ ପଠାଯାଉଛି । ନୌକାରେ 50 ଯାତ୍ରୀ ଥିବାବେଳେ ସମସ୍ତେ ଛତିଶଗଡ ଅଞ୍ଚଳର ବୋଲି ଜଣାପଡିଛି ।

>

ଏହା ସହିତ ଉଦ୍ଧାର କରାଯାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଘଟଣା ସ୍ଥଳରେ RDC, ଝାରସୁଗୁଡା ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଓ SRCଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିଖୋଜମାନଙ୍କୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5 ଜଣ ସ୍କୁବା ଡ୍ରାଇଭର ଓ 2ଟି ସର୍ଚ୍ଚ କ୍ୟାମେରା ବିମାନ ଯୋଗେ ଝାରସୁଗୁଡା ପଠାଯାଉଛି ।

ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଛତିଶଗଡ ଖରସେନି ଅଞ୍ଚଳର ଏବଂ ବୁଲିବା ପାଇଁ ଆମ୍ବଭୋନି ବ୍ଲକର ପଥର ସେନିକୁ ଯାଉଥିଲେ ବୋଲି ଜଣାପଡିଛି । ଏହି ସମୟରେ ଡଙ୍ଗାଟି ବୁଡି ଯାଇଥିଲା । ସେହି ଡଙ୍ଗାରେ ପାଖାପାଖି 50 ଜଣ ଯାତ୍ରୀ ଥିବା ଜଣାପଡିଛି । ଡଙ୍ଗାରେ ମହିଳା, ପୁରୁଷ ଓ ଛୋଟ ପିଲା ମଧ୍ୟ ରହିଥିବା ଜଣାପଡିଛି । 2 ଜଣଙ୍କ ମୃତ୍ୟୁ ହୋଇଥିବା 5 ଜଣ ନିଖୋଜ ରହିଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

0 Comments