( ବ୍ୟୁରୋ )ଟେଲି-ଯୋଗାଯୋଗ ଭିତ୍ତିଭୂମିକୁ ବ୍ୟାପକ କରିବା ଉଦ୍ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶନିବାର) ଓଡ଼ିଶା ଗସ୍ତ ସମୟରେ ଝାରସୁଗୁଡ଼ାରେ BSNLର 'ସ୍ବଦେଶୀ' 4G ଷ୍ଟାକ୍ ଉଦଘାଟନ କରିଛନ୍ତି । ଏହାସହିତ ଭାରତ ଏବେ ଟେଲିକମ୍ ଉପକରଣ ନିର୍ମାଣ କରୁଥିବା ଦେଶଗୁଡ଼ିକ କ୍ଲବ୍ରେ ପ୍ରବେଶ କରିଛି । ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL)ର ରୌପ୍ୟ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଟେଲିକମ୍ ସେବା ପ୍ରଦାନକାରୀଙ୍କ 92,600ଟି 4G ପ୍ରଯୁକ୍ତିବିଦ୍ୟା ସାଇଟ୍ ସମେତ 97,500ରୁ ଅଧିକ ମୋବାଇଲ୍ 4G ଟାୱାର ମଧ୍ୟ କାର୍ଯ୍ୟକ୍ଷମ କରିଛନ୍ତି ।
ଏହି ଟାୱାରଗୁଡ଼ିକ 37,000 କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ଭାବେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । 'ସ୍ବଦେଶୀ' 4G ଷ୍ଟାକ୍ର ଶୁଭାରମ୍ଭ ଦ୍ବାରା ଭାରତ ଡେନମାର୍କ, ସ୍ବିଡେନ, ଦକ୍ଷିଣ କୋରିଆ ଏବଂ ଚୀନ ଭଳି ଦେଶମାନଙ୍କ ମଧ୍ୟରେ ପ୍ରବେଶ କରିଛି, ଯେଉଁମାନେ ସ୍ବଦେଶୀ ଟେଲିକମ୍ ଉପକରଣ ନିର୍ମାଣ କରନ୍ତି । ସାରା ଦେଶରେ ସ୍ବଦେଶୀ 4ଜି ନେଟୱର୍କ ରୋଲଆଉଟ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଦୃଷ୍ଟିକୋଣର ପରିବର୍ତ୍ତନଶୀଳ ପଦକ୍ଷେପକୁ ଦର୍ଶାଉଛି ।
ns_Fallback_8df048; font-size: 20px;">ଏହି ଶୁଭାରମ୍ଭ ସହିତ ଓଡ଼ିଶାର 2472ଟି ଗ୍ରାମ ସମେତ ଦୂରଦୂରାନ୍ତ, ସୀମାନ୍ତ ଏବଂ ଅପହଞ୍ଚ ଅଞ୍ଚଳର 26,700ରୁ ଅଧିକ ଗ୍ରାମ କନେକ୍ଟିଭିଟି ପାଇପାରିବେ । ଏହା 20 ଲକ୍ଷରୁ ଅଧିକ ନୂତନ ଗ୍ରାହକଙ୍କୁ ସେବା ଯୋଗାଇବ । ଏହି ଟାୱାରଗୁଡ଼ିକ ସୌରଶକ୍ତି ଚାଳିତ, ଯାହା ସେମାନଙ୍କୁ ଭାରତର ସର୍ବବୃହତ ସବୁଜ ଟେଲିକମ୍ ସାଇଟ୍ କ୍ଲଷ୍ଟର କରିଥାଏ ଏବଂ ସ୍ଥାୟୀ ଭିତ୍ତିଭୂମିରେ ଏକ ପଦକ୍ଷେପ ଆଗକୁ ବଢାଇଥାଏ । ଏହି 4ଜି ସେବା ପରବର୍ତ୍ତୀ ସମୟରେ 5G, ଏପରିକି 6Gକୁ ମଧ୍ୟ ଅପଗ୍ରେଡ୍ ହୋଇପାରିବ ।
ପ୍ରଧାନମନ୍ତ୍ରୀ ମୋଦି ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଏହା ଓଡ଼ିଶା ସମେତ ଭାରତର ଦୂରସଞ୍ଚାର ସେବା ଲାଗି ଏକ ମହତ୍ତ୍ବପୂର୍ଣ୍ଣ ମୁହୂର୍ତ୍ତ । ସେ କହିଛନ୍ତି, "ଭାରତର କମ୍ପାନୀଗୁଡ଼ିକ ଆମକୁ ସେହି ସ୍ଥାନରେ ପହଞ୍ଚାଇଛନ୍ତି, ଯେଉଁ ଦେଶଗୁଡ଼ିକ 4G ସେବାକୁ ସଶକ୍ତ କରିବା ଲାଗି ସ୍ବଦେଶୀ ଜ୍ଞାନକୌଶଳର ବ୍ୟବହାର କରିଛନ୍ତି । BSNL ଯୋଗୁଁ ଭାରତ ଏବେ ବିଶ୍ବସ୍ତରୀୟ ଟେଲିକମ ଉତ୍ପାଦନ କେନ୍ଦ୍ରରେ ସାମିଲ ହେବାକୁ ଅଗ୍ରସର ହେଉଛି । ଏକଦା ସୀମାବର୍ତ୍ତୀ ଅଞ୍ଚଳ ଓ ଅପହଞ୍ଚ ଅଞ୍ଚଳଗୁଡ଼ିକରେ ହାଇସ୍ପିଡ୍ ଇଣ୍ଟରନେଟ୍ ସ୍ବପ୍ନ ପାଲଟିଥିଲା, କିନ୍ତୁ ଏବେ ଏହାଦ୍ବାରା ବେଶ ଉପକୃତ ହେବେ । ଆମ ବୀର ଯବାନମାନେ ମଧ୍ୟ ଏବେ ସୁରକ୍ଷିତ ଇଣ୍ଟରନେଟ୍ ସେବାର ବ୍ୟବହାର କରିପାରିବେ ।"