ନୂଆପଡା: ରାତି ପାହିଲେ ଗଣତନ୍ତ୍ରର ମହାପର୍ବ ନୂଆପଡା ଉପନିର୍ବାଚନ । ଚଳଞ୍ଚଳ ନୂଆପଡା ନ୍ୟାସନାଲ୍ କଲେଜ ପଡିଆ । ଜିଲ୍ଲା ପ୍ରଶାସନ ପକ୍ଷରୁ 37 ଗୋଟି କାଉଣ୍ଟର ଖୋଲି ନିର୍ବାଚନ ପୋଲିଂ ପାର୍ଟି ଗୁଡିକୁ ବିଭିନ୍ନ ବୁଥକୁ ପଠାଯାଉଛି । ଏପଟେ ହେଲିକପ୍ଟରରେ ମାଓପ୍ରବଣ ବୁଥ୍ ଅଭିମୁଖେ ଯାଇଛନ୍ତି ପୋଲିଂ ଟିମ୍। ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ମାଓପ୍ରବଣ ୮ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି ।
ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ମାଓପ୍ରବଣ ୮ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି । ଏହିସବୁ ବୁଥକୁ ପୋଲିଂ ପାର୍ଟିଙ୍କୁ ନେବାକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି । ତେବେ ବହୁଚର୍ଚ୍ଚିତ ଲାଲଗଡ଼ କୁହାଯାଉଥିବା ସୁନାବେଡା ଅଭୟରଣ୍ୟର ଅତି ସମ୍ବେଦନଶୀଳ
ଗୋଟି ବୁଥରେ ନିର୍ବାଚନ ପରିଚାଳନା କରିବା ପାଇଁ ଆଜି 48 ଜଣ ପୋଲିଂ କର୍ମଚାରୀ ନିୟୋଜିତ ରହିବେ । ଏହି କର୍ମଚାରୀମାନଙ୍କୁ ଚାରିଟି ପର୍ଯ୍ୟାୟରେ ବାୟୁସେନା ସ୍ୱତନ୍ତ୍ର ହେଲିକପ୍ଟର ଆକାଶ ମାର୍ଗରେ ସୁନାବେଡା ନେଇଯାଇଛି । ଭୋଟିଂ ଶେଷହେବା ପରେ ପୁଣି ଆଣି ଛାଡିବ । ପ୍ରଥମ ପର୍ଯ୍ୟାୟରେ 12 ଜଣ ପୋଲିଙ୍ଗ ପାର୍ଟି ସଦସ୍ୟଙ୍କୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ନେଇ ଯାଇଛି । ସେଠି ଅବତରଣ କରିବା ପରେ ପୁଣି ଆସି ନେବ, ଏଭଳି 4 ଥରେ ଯିବା ଆସିବା କରିବ ହେଲିକପ୍ଟର ।
ନୂଆପଡା ଜ଼ିଲ୍ଲା ଏକ ମାଓ ପ୍ରବଣ ଜ଼ିଲ୍ଲା ହୋଇଥିବା କାରଣରୁ ମାଓଭୟରେ ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି । କାରଣ ଗଣତନ୍ତ୍ରର ମହାପର୍ବ କୁହାଯାଉଥିବା ନିର୍ବାଚନ ଯେଭଳି ଶାନ୍ତି ଶୃଙ୍ଖଳାରେ ଶେଷ ହେବ ସେନେଇ ଗୁରୁତ୍ୱ ଦେଇଛି ନୂଆପଡା ଜ଼ିଲ୍ଲା ପ୍ରଶାସନ । ସୁନାବେଡା ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ସଶସ୍ତ୍ର ପୋଲିସ ବାହିନୀ, CRPF DVF SOG ଯବାନ ମୁତୟନ ରହିଛନ୍ତି । ନିର୍ବାଚନକୁ ଯେଭଳି ମାଓବାଦୀ କିମ୍ବା କୌଣସି ଅସାମାଜିକ ବ୍ୟକ୍ତି ପ୍ରଭାବିତ କରିବା ନାହିଁ ସେଥିପ୍ରତି ସୁରକ୍ଷା ବ୍ୟବସ୍ଥାକୁ କଡା କରାଯାଇଛି । 14 ସେକ୍ସନ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ମୁତୟନ ରହିଥିବା ନୂଆପଡା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଳ ସିଂ ସୂଚନା ଦେଇଛନ୍ତି ।

ଆସନ୍ତାକାଲି ନୂଆପଡା ଉପନିର୍ବାଚନ ପାଇଁ ପଡିବ ଭୋଟ । ନୂଆ ବିଧାୟକ ବାଛିବା ପାଇଁ ଭୋଟ ଦେବେ ନୂଆପଡାବାସୀ । ଅଢେଇ ଲକ୍ଷରୁ ଅଧିକ ଭୋଟର ଗଣତାନ୍ତ୍ରିକ ଅଧିକାର ସ୍ୱରୂପ ମତସାବ୍ୟସ୍ତ କରିବେ । 14 ତାରିଖରେ ଖୋଲିବ ଭୋଟ ପେଡି । ଗଣତି ପରେ ଜଣାପଡିବ କିଏ ଜିତିଲା ନୂଆପଡା ବାଜି ।