ନୂଆପଡା: ନୂଆବର୍ଷ ଆରମ୍ଭରୁ ସୁରକ୍ଷାକର୍ମୀଙ୍କୁ ବଡ଼ସଫଳତା । ଯବାନ-ମାଓବାଦୀ ଗୁଳି ବିନିମୟରେ ଟଳିଲେ 3 ନକ୍ସଲ । ନୂଆପଡାର ସୀମାନ୍ତ ଜଙ୍ଗଲ ତଥା ଛତିଶଗଡ଼ର ଗରିଆବନ୍ଧ ଜ଼ିଲ୍ଲା କଣ୍ଡାସର, ନାଗେସ ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଏହି ଏନକାଉଣ୍ଟ

ର ହୋଇଛି । ଜାରି ରହିଛି ସର୍ଚ୍ଚ ଅପରେସନ । ଉଭୟ ରାଜ୍ୟର ଯବାନ ଏହି କମ୍ବିଂ ଅପରେସନରେ ସାମିଲ ଥିଲେ ।

ନୂଆପଡା CRPF, ଏସଓଜି, ଡିଏଏଫ ଯବାନ ସମେତ ଛତିଶଗଡର ଯବାନ ମିଳିତ ଭାବେ କମ୍ବିଂ ଅପରେସନ କରୁଥିଲେ । କଣ୍ଡାସର ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ମାଓକ୍ୟାମ୍ପ ରହିଥିବା ଉଭୟ ଛତିଶଗଡ଼-ନୂଆପଡା ଯବାନଙ୍କୁ ଗୁଇନ୍ଦା ଖବର ମିଳିଥିଲା । ଖବର ପାଇବା ପରେ ଗରିଆବନ୍ଧ ଆରକ୍ଷୀ ଅଧିକ୍ଷକ,ନୂଆପଡା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ରାଜ୍ୟ ଯବାନଙ୍କ ମିଳିତ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା ।

ଯବାନଙ୍କ ସର୍ଚ୍ଚ ଅପରେସନ ଖବର ପାଇ ଯବାନଙ୍କୁ ଆକ୍ରମଣ କରିଥିଲେ ନକ୍ସଲ । ଯାହାର ପାଲଟା ଜବାବ ଦେଇଥିଲେ ଯବାନ । ଏହି ଗୁଳି ବିନିମୟରେ 3 ନକ୍ସଲ ନିପାତ ହୋଇଛନ୍ତି ।

ଉଭୟ ପଟୁ ଗୁଳିବିନିମୟରେ 3 ନକ୍ସଲ ନିପାତ ହୋଇଥିବା ବେଳେ ଛତ୍ରଭଙ୍ଗ ଦେଇଥିଲେ ନକ୍ସଲ । ଘଟଣାସ୍ଥଳରୁ ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଖବର ଲେଖାଯିବା ସୁଦ୍ଧା ଏବେ ବି ଗୁଳିବିନିମୟ ଜାରି ରହିଛି । ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରହିଛି ।

ଭାରତକୁ ନକ୍ସଲ ମୁକ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ 2026 ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା । ଏଥିପାଇଁ ମାଓ ବିରୋଧି ଅପରେସରନ ଜୋରଦାର ଜାରି ରହିଛି । ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ଏକାଧିକତ ଯୋଜନା କରୁଛନ୍ତି ସରକାର । ଏଥିସହ ଯେଉଁ ସବୁ ରାଜ୍ୟରେ ନକ୍ସଲଙ୍କ ପ୍ରାଦ୍ୟୁଭାବ ଅଧିକ ରହିଛି ସେସବୁ ରାଜ୍ୟରେ କମ୍ବିଂ ଅପରେସନ ଜୋରଦାର କରାଯାଉଛି ।

0 Comments