ନୂଆପଡା: ଜୟଙ୍କୁ ମିଳିଲା ଜନତାଙ୍କ ଆଶୀର୍ବାଦ । ବିଜେପି ସପକ୍ଷରେ ଗଲା ନୂଆପଡା ଜନାଦେଶ । କାମ ଦେଲାନି ନବୀନ ମ୍ୟାଜିକ୍ । ପଛରେ ପଡ଼ିଲା କଂଗ୍ରେସ । ବିଜୟ ବାନା ଉଡାଇଲେ ଜୟ । ଦଶନ୍ଧି ପରେ ନୂଆପଡାରେ ପୁଣି ଥରେ ଫୁଟିଲା ପଦ୍ମ । ଗଡ଼ ବଞ୍ଚାଇବାରେ ଫେଲ୍ ମାରିଲା ବିଜେଡି । ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।
f048; font-size: 17px;">କାମ ଦେଲାନି ନବୀନଙ୍କ ଡବଲ ରାଲି । ଗଡ ବଞ୍ଚାଇବାରେ ଫେଲ୍ ମାରିଲେ ବିଜେଡି ସୁପ୍ରିମୋ । 10 ବର୍ଷ ପରେ ପୁଣି ନୂଆପଡାରେ ଫୁଟିଲା ପଦ୍ମ । ବିଜେପିକୁ ବିଜୟର ସ୍ବାଦ ଚଖାଇଛନ୍ତି ଜୟ ଢୋଲକିଆ । ନୂଆପଡା ବିଜେଡିର ଗଡ ଭାବେ ପରିଚିତ ଥିବା ବେଳେ ମୋଦି ଲହର ଆଗରେ କାମ ଦେଲାନି ବିଜେଡି ରଣନୀତି । ଚିତପଟାଙ୍ଗ ମାରିଲା କଂଗ୍ରେସ । 83748 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କଂଗ୍ରେସ ପ୍ରାର୍ଥୀ ଦ୍ବିତୀୟ ସ୍ଥାନ ଓ ବିଜେଡି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛନ୍ତି ।
ନୂଆପଡା ବିଜେଡି ଗଡ ଭାବେ ପରିଚିତ । 2 ଦଶନ୍ଧିର ନିର୍ବାଚନ ଫଳାଫଳ ଉପରେ ନଜର ପକାଇଲେ ଏଠାରେ 3 ଥର ବାଜିମାତ କରିଥିଲା ବିଜେଡି । କିନ୍ତୁ ଏଥର ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ବିଜୁ ଜନତା ଦଳ । ବିଜେଡି ସୁପ୍ରିମୋଙ୍କ ହାଇଭୋଲଟେଜ ପ୍ରଚାର କାମ ଦେଲାନି । ନବୀନ ଦୁଇ ଥର ନୂଆପଡା ଆସି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଥିଲେ । ପ୍ରଥମେ କୋମନାରେ ନିର୍ବାଚନୀ ସଭା ଏବଂ ପରେ ନୂଆପଡ଼ାରେ ରୋଡ ସୋ ଏବଂ ଜନସଭା କରିଥିଲେ ମଧ୍ୟ, ଭୋଟରଙ୍କ ମନ ଜିତିପାରିନଥିଲେ ।
ନିର୍ବାଚନରେ ବିଜୟ ପରେ ଜୟ ଢୋଲକିଆ ପ୍ରତିକ୍ରିୟାରେ କହିଛନ୍ତି, ‘ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୋର ବାପା ସ୍ୱର୍ଗତ ରାଜୁ ଢୋଲକିଆ ଏବଂ ନୂଆପଡ଼ାବାସୀଙ୍କ ବିଜୟ । ମୁଁ ସବୁଭୋଟରଙ୍କୁ ପ୍ରଥମେ ଧନ୍ୟବାଦ ଜଣାଉଛି । ନୂଆପଡାର ବିକାଶ ଆମର ପ୍ରାଥମିକତା, ଲୋକଙ୍କ ସେବା କରିବି।’
ବିପୁଳ ଭୋଟରେ ବାଜିମାତ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ନୂଆପଡ଼ାରୁ ରାଜଧାନୀ ଭୁବନେଶ୍ବର, ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହର ମାହୋଲ । ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜୋରଦାର ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ବାଜା ନାଚଗୀତରେ ଝୁମୁଛନ୍ତି ବିଜେପି ନେତା ଓ କର୍ମୀ । ବିଜେପି କର୍ମୀ ମିଠା ଖୁଆଇ ବାଣ ଫୁଟାଇ ସେଲିବ୍ରେସନ କରିଛନ୍ତି ।