ନୂଆପଡା: ବିଜୟ ସଂକଳ୍ପ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ବୋଧନ । ନୂଆପଡା ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିପୁଳମାତ୍ରାରେ ବିଜୟ ପାଇଁ ଦେଲେ ଆହ୍ବାନ । ଏହି ଅବସରରେ ବିଜେପିରେ

ାମିଲ ହୋଇଥିବା ହଜାର ହଜାର କର୍ମୀଙ୍କୁ ଜଣାଇଲେ ଧନ୍ୟବାଦ । ଆଜିର ରଣହୁଙ୍କାର ସ୍ବର, ଭୁବନେଶ୍ବରରୁ ଦିଲ୍ଲୀ ଯାଏଁ ପହଞ୍ଚିବ କହିଲେ ମୁଖ୍ୟମନ୍ତ୍ରୀ ।

ନୂଆପଡ଼ାକୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବି । ଏବେଠାରୁ ନୂଆପଡ଼ାବାସୀ ଦେଖିବେ ଡବଲ ଇଞ୍ଜିନ ସରକାରର ବିକାଶ । ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ବେଳେ କଥା ଦେଇ ରଖୁ ନ ଥିଲେ । ମାତ୍ର ମୁଁ ଏହା ଭିତରେ ନୂଆପଡ଼ା ପାଇଁ ୧୧ ଶହ କୋଟିର ପ୍ରକଳ୍ପ ଘୋଷଣା କରିଛି କହିଲେ ମୁଖ୍ୟମନ୍ତ୍ରୀ । "ନୂଆପଡ଼ା ବିକାଶ ଦାୟିତ୍ୱ ମୋର । କଥା ଦେଇ କଥା ରଖିବୁ । ନୂଆପଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି । ଏବେଠାରୁ ନୂଆପଡ଼ାବାସୀ ଦେଖିବେ ଡବଲ ଇଞ୍ଜିନ ସରକାରର ବିକାଶ । ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ବେଳେ କଥା ଦେଇ ରଖୁ ନ ଥିଲେ," କହିଛନ୍ତି ମୋହନ ମାଝୀ ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି, "ବିଜେଡିକୁ ଜିଲ୍ଲା ଭିତରେ ପ୍ରାର୍ଥୀ ମିଳିଲା ନାହିଁ, ବାହାର ଜିଲ୍ଲାରୁ ଆଣିଲେ । ବାହାର ପ୍ରାର୍ଥୀଙ୍କୁ ନୂଆପଡ଼ାବାସୀ କେବେ ଗ୍ରହଣ କରିବେ ନାହିଁ । କଂଗ୍ରେସ, ବିଜେଡି ଗୋଟିଏ ରାସ୍ତାରେ ଅଗ୍ରସର ହେଉଛନ୍ତି । ଏଥର ନୂଆପଡ଼ାରେ ବିଜେପିର ଏକପାଖିଆ ବିଜୟ ହେବ ।"

ଗୁରୁବାର ନୂଆପଡ଼ାରେ ବିଜେପିର ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ-ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ମନ୍ତ୍ରିପରିଷଦର ଏକାଧିକ ମନ୍ତ୍ରୀ ସାମିଲ୍‌ ହୋଇଥିଲେ । ଏହି ଅବସରରେ ବିଜେପିରେ ସାମିଲ ହୋଇଥିଲେ ଲମ୍ବୋଦର ନିଆଲ । ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ ମଧ୍ୟ ସଭାମଞ୍ଚରେ ବସିଥିଲେ ।

0 Comments