ପାଟଣା: (ବିଜୟ ମହାନ୍ତ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ  ଅନ୍ତର୍ଗତ କେନ୍ଦେଇପଶି  ବଜାରରେ ଥିବା ଲୋକନାଥ ମାର୍କେଟ କମ୍ପ୍ଲେସରେ ଥିବା  କବିତା ଜୁଏଲାରୀ ଦୋକାନରେ ଗତକାଲି ରାତିରେ ଚୋରୀ ହୋଇଥିବା ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି। ସୂଚନା ପ୍ରକାଶ ଯେ ଦୁର୍ବୁତ୍ତ ମାନେ ରାତି ପ୍ରାୟ ୧୧ଘଟିକା ସମୟରେ ସଟର ଭାଙ୍ଗି ଦୋକାନ ଭିତରେ ପସି ସୁନା ଓ ରୁପା ୧୦୦/୧୫୦ ଗ୍ରାମ ଜିନିଷ ଚରି କରି ନେ

ଇଛନ୍ତି।। ଦୀର୍ଘଦିନ ଧରି ଦୋକାନ ବନ୍ଦ ଥିବା କାରଣରୁ ବହୁ ମୂଲ୍ୟର ସୁନା ନ ଥିଲା ବୋଲି ଦୋକାନୀ ମାଲିକ ସାଧୁଚରଣ ପରିଡା ପ୍ରକାଶ କରିଛନ୍ତି। ଏନେଇ ମାଲିକ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିବା ପରେ। ତୁରୁମୁଙ୍ଗା ପୋଲିସ ଘଟଣାର ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । CCTV ପୁଟେଜରେ ଚରକୁ ଧରାଯାଉ ବୋଲି ଅଞ୍ଚଳରେ ଦାବି ହୋଇଛି। ସେହିପରି  ଡେଣୁଆରେ ଛକରେ ମଧ୍ୟ ଏକ ଗ୍ୟାରେଜ ଦକାନରୁ ଚରି ହୋଇଥିବା ଜଣାପଡିଛି।

0 Comments