ପାଟଣା:(ବିଜୟ ମହାନ୍ତ) ରାଜ୍ୟରେ ପୁଣି ୭ ଦଫା ଦାବିରେ ଡ୍ରାଇଭରମାନଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ମଙ୍ଗଳବାର ଦିନ ଠାରୁ ଆରମ୍ଭ ହୋଇଛି। ଏନେଇ ପାଟଣା ବ୍ଲକ ଡ୍ରାଇଭର ମହାସଂଘର ସଭାପତି ସଞ୍ଜୟ ଭୂମିଞ୍ଜ ଓ ସମ୍ପାଦକ ଗୌରାଙ୍ଗ ବେହେରା ଙ୍କ ତତ୍ତ୍ୱାବଧାନରେ କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ବାଉଁଶୁଳି ଛକ ନିକଟରେ ପାଟଣା ଅଞ୍ଚଳର ଶତାଧିକ ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ି ଆନ୍ଦୋଳନ ସାମିଲ ହୋଇଛନ୍ତି। ଦାବି ଗୁଡିକ ହେଲା ୬୦ବର୍ଷ ପରେ ସ୍ବତନ୍ତ୍ରଭତ୍ତା, ପ୍ରତ୍ୟେକ ୧ଶହ କିଲୋମିଟରେ ପାର୍କିଙ୍ଗ ବ୍ୟବସ୍ଥା ଓ ବିଶ୍ରାମଗାର, ଖଣି ଓ କାରଖାନାରେ ୬୦ ପ୍ରତିଶତ ନିଯୁକ୍ତି, ଡ୍ରାଇଭର ସମାଜର ସୁରକ୍ଷା ପ
ାଇଁ ସ୍ବତନ୍ତ୍ର ଆଇନ ତିଆରି ଆଦି ୭ଗୋଟି ଦାବି ନେଇ ଆନ୍ଦୋଳନ ଜାରି ରହିଛି। ସରକାର ଯେ ପର୍ୟ୍ୟନ୍ତ ଦାବି ପୂରଣ କରି ନାହାଁନ୍ତି ସେପର୍ଯ୍ୟନ୍ତ ତଥା ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ପାଟଣା ଡ୍ରାଇଭର ମହାସଂଘର ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଜି ସକାଳ ୬ ଘଟିକାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ପ୍ରତେକ ଟ୍ରକ ଡ୍ରାଇଭର ମାନଙ୍କୁ ବୁଝାଇ ଛାଡି ଦିଆଯାଇଛି। ପାଟଣା ବ୍ଲକ ସଭାପତି ସଞ୍ଜୟ ଭୂମିଜ କହିଛନ୍ତି ଯେ ସରକାର ଦାବି ନପୂରଣ କଲେ ଅନିଦ୍ଧିଷ୍ଟକାଳ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି। ପାଟଣାରେ ଅଖଚକ ବନ୍ଦ ରହିବା ଯୋଗୁଁ ସାଧାରଣ ଗମନାଗମନରେ ବାଧାପ୍ରାପ୍ତ ହୋଇଛି।