ମାଲକାନଗିରି: ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ମାଲକାନଗିରି ଗସ୍ତ କରି ବିଜେଡି ପାଇଁ ପ୍ରଚାର କରିଛନ୍ତି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ମାଲକାନଗିରି ଜିଲ୍ଲାର ଦୁଇଟି ପୃଥକ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେଡିର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।

ତେବେ ମାଲକାନଗିରିର କାଲିମେଳାରେ ଆୟୋଜିତ ବିଜେଡିର କାର୍ଯ୍ୟକ୍ରମରେ ଯୋଗଦେଇ ଜନତାଙ୍କୁ ବିକାଶର ହିସାବ ଦେଇଛନ୍ତି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଏହି ଅବସରରେ ପାଣ୍ଡିଆନ କହିଛନ୍ତି, "ପ୍ରକୃତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଆଦିବାସୀ ଭାଇଭଉଣୀଙ୍କୁ ନିଜ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଦେଇଛନ୍ତି । ଓଡିଶାରେ ଡବଲ ଇଞ୍ଜିନ ନୁହେଁ, ନବୀନ ଇଞ୍ଜିନ କାମ କରୁଛି । ବର୍ଷେ ପୂର୍ବରୁ ଡବଲ ଇଞ୍ଜିନ ଥିଲା, ଗୋଟିଏ ଇଞ୍ଜିନ ଖରାପ ହୋଇଗଲା ଏବେ ପୁଣି ଡବଲ ଇଞ୍ଜିନ ଆସିଛି । କିନ୍ତୁ ସେଠି ଗୁଳି ଫୁଟୁଛି । କାଲିମେଳାରେ ମଧ୍ୟ ପୂର

୍ବରୁ ବୋମା ଓ ଗୁଳି ଫୁଟୁଥିଲା । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ସେଠାରେ ଶାନ୍ତି ଫେରିଛି । ଶାନ୍ତି ରହିଲେ ଉନ୍ନତି ହେବ ପ୍ରଗତି ହେବ ।"

ପାଣ୍ଡିଆନ ଏହା ମଧ୍ୟ କହିଛମନ୍ତି, "ମାଲକାନଗିରିକୁ ପୁଞ୍ଜିନିବେଶ ଆସିବ, ଯୁବକଙ୍କ ପାଇଁ ରୋଜଗାର ସୁଯୋଗ ବଢିବ । ତେଣୁ ବିଜେଡିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ । ଗତଥର ମାଲକାନଗିରିରୁ ଯେଉଁ ବିଧାୟକ ଜିତିଥିଲେ, ଗତ ୫ ବର୍ଷ ହେଲା ତାଙ୍କର ଦେଖା ଦର୍ଶନ ମିଳୁନି । ସେ କେଉଁ ବିକାଶ ମୂଳକ କାମ କରିଛନ୍ତି ? ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଏତେ ଭଲ ପାଆନ୍ତି ଯେ, ସବୁ ବଡ ବଡ ଯୋଜନା ଏହି ଅଞ୍ଚଳରୁ ଆରମ୍ଭ ହୋଇଛି । ବିଜେପି ଦଳ କହୁଛନ୍ତି ଯେ, ଚାଉଳ ସେମାନେ ଦେଉଛନ୍ତି ହେଲେ ୨୦୦୮ ମସିହାରେ ମୁଖ୍ୟମନ୍ତ୍ରୀ ପ୍ରଥମେ ମାଲକାନଗିରିରୁ ଦୁଇ ଟଙ୍କିଆ ଚାଉଳ ଯୋଜନା ଆରମ୍ଭ କରିଥିଲେ । ୨୦୧୮ରେ ଆରମ୍ଭ କଲେ ଟଙ୍କିକିଆ ଚାଉଳ ଯୋଜନା । ଆଉ ଏବେ ମୁଖ୍ୟମନ୍ତ୍ରୀ ମାଗଣାରେ ଚାଉଳ ଦେଉଛନ୍ତି । ସ୍ବାଭିମାନ ଅଞ୍ଚଳବାସୀଙ୍କ ଅନୁରୋଧ କ୍ରମେ ମାଲକାନଗିରିରୁ ଆରମ୍ଭ ହୋଇଛି ଐତିହାସିକ ଲକ୍ଷ୍ମୀ ବସ ଯୋଜନା । 

"ପାଣ୍ଡିଆନ ଆହୁରି କହିଛନ୍ତି, "ଗତ ବର୍ଷକ ମଧ୍ୟରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ ପାଇଁ ୧୨୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମଲିକେଶ୍ବର ମନ୍ଦିରର ରୂପାନ୍ତରଣ ଓ ରାସ୍ତା ପାଇଁ ଦୁଇ କୋଟି ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ହରିଚନ୍ଦପୁର ଆଶ୍ରମ ପାଇଁ କୋଟିଏ ୨୮ ଲକ୍ଷ ଟଙ୍କା, ମା ଭୈରବୀ ମନ୍ଦିର ପାଇଁ ୫୦ ଲକ୍ଷ, ଅଲେଖ ମହିମା ପାଇଁ ୧୪ ଲକ୍ଷ, ସାଇ ମନ୍ଦିର ପାଇଁ ୪୦ ଲକ୍ଷ ଏବଂ ମସଜିଦ ଉନ୍ନତିକରଣ ପାଇଁ ୧୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ଆଦିବାସୀଙ୍କ ଭାଷା, କଳା ଏବଂ ସଂସ୍କୃତିର ସୁରକ୍ଷା ପାଇଁ ଏସଡିସି ଗଠନ ଠାରୁ ଆରମ୍ଭ କରି ଆଦିବାସୀଙ୍କ ଉପରେ ଥିବା ୫୦ ହଜାର ମାମଲା ପ୍ରତ୍ୟାହାର କରିବାକୁ ବି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତ ନେଇଛନ୍ତି ।" କାଲିମେଳାରେ ଆୟୋଜିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଜେଡି ସାସଂଦ ପ୍ରାର୍ଥୀ ପ୍ରଦୀପ ମାଝୀ, ମାଲକାନଗିରି ବିଧାୟକ ପ୍ରାର୍ଥୀ ମାନସ ମାଡକାମୀଙ୍କ ସହ ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ପ୍ରବଳ ଖର ହେବା ସତ୍ତ୍ବେ କାଲିମେଳା ସଭାରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକ ଉପସ୍ଥିତଥିଲେ ।


0 Comments