ମାଲକାନଗିରି ଜିଲ୍ଲା ପୋଲିସ କୁ ମିଳିଛି ବଡ ସଫଳତା। ତିନି ହାର୍ଡକୋର ମହିଳା ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହେଇଛି ମାଲକାନଗିରି ପୋଲିସ। ସୂଚନାରୁ ଜଣାପଡିଛି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାବେଡା ଜଙ୍ଗଲରେ ଜିଲ୍ଲା ପୋଲିସ ଓ ଡି ଭି ଏଫ ଯବାନ ମାନେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ତିନିଜଣ ମହିଳା ମାଓବାଦୀଙ୍କୁ ଗିରଫ କରିଥିଲେ ଓ ସେମାନଙ୍କ ନାମରେ ଆଠ ଲକ୍ଷ ଟଙ୍କାର ଇନାମ ଘୋଷଣା ଥିବା ଜଣାପଡିଛି। ପୋଲିସ ଦ୍ବାରା ୩ ଜଣ ହାର୍ଡ କୋର ମହିଳା ମାଓବାଦୀ ଗିରଫ ହୋଇଥିବା ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡି ଆଇ ଜି ନୀତି ଶେଖର। ସେମାନେ ଥିଲେ ଆନ୍ଧ୍ର ଓଡିଶା ବୋର୍ଡର ସାଉଥ ଜୋର୍ଣ୍ଣାଲ କମିଟି ମିଲେଟ୍ରି

୍ଲାଟୁନ ର ହାର୍ଡ କୋର ମାଓବାଦୀ। ଗିରଫ ମହିଳା ମାଓବାଦୀ ହେଲେ ମହିଳା ମାଓ ନେତ୍ରୀ ସ୍ବପ୍ନା ACM କ୍ୟାଡ଼ର । ତାଙ୍କ ନାମରେ ୪ ଲକ୍ଷ ଟଙ୍କା ପୁରସ୍କାର ଥିଲା। ମହିଳା ମାଓବାଦୀ କମଲା ଓରଫ ବବିତା ସେ ପାର୍ଟି ମେମ୍ବର ଭାବେ କାମ କରିଥିଲେ। ତାଙ୍କ ନାମରେ ୨ ଲକ୍ଷ ଟଙ୍କା ପୁରସ୍କାର ଥ୍‌ଲା ଓ ମହିଳା ମାଓବାଦୀ ପ୍ରଭାବିତ ସୁସ୍ମିତା ଓରଫ ସୁନିତା ସେ ଟପ ମାଓବାଦୀ ଉଦୟ ର ଥିଲେ ଅଙ୍ଗ ରକ୍ଷକ ଭାବେ କାମ କରୁଥିଲେ। ତାଙ୍କ ନାମରେ ୨ ଲକ୍ଷ ଟଙ୍କା ପୁରସ୍କାର ଥୂବା ସୂଚନା ଦେଇଛନ୍ତି। ତିନି ମହିଳା ମାଓବାଦୀ ଙ୍କ ନାମରେ ମୋଟ ୮ ଲକ୍ଷ ଟଙ୍କା ପୁରସ୍କାର ଥୂଲା। ସେମାନେ ସ୍ବାଭିମାନ ଅଞ୍ଚଳ ଧାକଡ଼ ପଦର ଗ୍ରାମର ବୋଲି ଜଣା ପଡ଼ିଛି।

0 Comments