pia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ଅନୁଗୋଳ: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା OSRTC ବସ୍ । ଅନୁଗୋଳ ଜିଲ୍ଲା ସମଲ ଥାନା ଗହମ ଗ୍ରାମ ନିକଟରେ ଆଜି ବିଳମ୍ବିତ ସଂଧ୍ୟାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବସ୍‌ରେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 15ରୁ ଅଧିକ ଆହତ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ପୋଲିସ ଓ ଅନ୍ୟ ଜରୁରୀ ସେବାର ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବସ୍‌ଟି ପ୍ରାୟ 40 ଯାତ୍ରୀଙ୍କୁ ଧରି ରାଇରଙ୍ଗପୁରରୁ ଅନୁଗୋଳ ଅଭିମୁଖେ ଆସୁଥିଲା । ସମଲ ଥାନା ଗହମ ଗ୍ରାମ ନିକଟରେ କୌଣସି କାରଣରୁ ଭାରସମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପ୍ରଶାସନକୁ ଖବର ଦେଇଥିଲେ । ୨ଟି ଆମ୍ବୁଲାନ୍ସରେ ଗୁରୁତର ଆହତଙ୍କୁ ଗୋଡିବନ୍ଧ ଓ ମଣ୍ତାପାଳ ମେଡିକାଲକୁ ସ୍ଥାନାନ୍ତରଣ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁଙ୍କ ପରିଚୟ ମିଳିପାରି ନାହିଁ ।

0 Comments