ଖଣି ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଅଧିକାରୀ ତଥା ଡେପୁଟି ଡାଇରେକ୍ଟର ଧରଣୀଧର ନାୟକ ସମ୍ପତ୍ତି ନେଇ ଚାଲିଛି ସର୍ଚ୍ଚ ଅପରେସନ । ଏକକାଳୀନ ୮ଟି ସ୍ଥାନରେ‌ ବଡ ରେଡ ଚାଲିଥିବା ବେଳେ ଭିଜିଲାନ୍ସ ପାଇଛି କୋଠାର ଗୋଟିଏ ପରେ ଗୋଟିଏ ସୁରାକ ।

ତେବେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ସୁଚନା ଅନୁସାରେ । ସକାଳୁ ସକାଳୁ ୧୦ ଡିଏସପି ଓ ୧୬ଇନସ୍ପେକ୍ଟରଙ୍କ ସହ ୭ ଏସଆଇଙ୍କ ଜରିଆରେ ରେଡ ବେଳେ 9ଟି ସ୍ଥାନରେ ଭିଜିଲାନ୍ସ ହାତରେ‌ ଲାଗିଛି ବାବୁଙ୍କ କୋଠାର ସୁରାକ ।

ଅନୁଗୋଳ ଜିଲା ତାଳଚେରରେ କାର୍ଯ୍ୟରତ ଡେପୁଟି ଡ଼ାଇରେକ୍ଟର ମାଇନ୍ସଙ୍କ ଅଫିସ ଓ ସରକାରୀ ବାସ ଭବନ ରେ ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ । ଏକକାଳୀନ ୯ ସ୍ଥାନରେ ଚଢ଼ାଉ ଜାରି ରଖିଛି ବିଭାଗ । DDM ଧରିଣୀଧର ନାୟକଙ୍କ ଘରେ ଚାଲିଛି ଚଢ଼ାଉ । ଅନୁଗୋଳ ଭିଜିଲାନ୍ସ ଟିମ କରୁଛି ଛାନଭିନ ।

ଆୟବହୂର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ରେଡ୍ ମାରିଛି ଭିଜିଲାନ୍ସ । ଆଜି ଅନୁଗୋଳର ତାଳଚେର

ସ୍ଥିତ ଖଣି ଉପ ନିର୍ଦେଶକ ଅଫିସ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ସୂଚନା ଅନୁସାରେ ଭିଜିଲାନ୍ସ ପକ୍ଷରୁ ଏକ କାଳୀନ ୯ଟି ସ୍ଥାନରେ ଚଢ଼ାଉ ଜାରି ହିଛି । ଅନୁଗୋଳ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ ଏହି ଯାଞ୍ଚ ଜାରି ରଖିଛି ।

ଧରଣୀଧରଙ୍କ ତାଳଚେର ଅଫିସ ଓ ସରକାରୀ ବାସଭବନ, ସମେତ ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, ଭୁବନେଶ୍ବର ଘର, ସିଂକୁଳବାହାଲରେ ଥିବା ମାର୍କେଟ କଂପ୍ଲେକ୍ସ ଓ କେନ୍ଦୁଝର ପଣ୍ଡାପଡ଼ା ଥାନା ପୁରମୁଣ୍ଡାରେ ଥିବା ଶ୍ବଶୂର ଘରରେ ଏକକାଳୀନ ରେଡ୍ ଚାଲିଛି ।

ଭୁବନେଶ୍ବର ପଟିଆ ଶିଶୁ ବିହାରରେ ଥିବା ଅର୍କିଡ ଆପାର୍ଟମେଣ୍ଟରର ଫ୍ଲାଟ ନମ୍ବର ୨୦୫ରେ ଜାରି ରହିଛି ରେଡ୍ । ଯେଉଁଠି ସେ ଆପାର୍ଟମେଣ୍ଟରରେ ରହୁଥିଲେ । ସେହିପରି କେନ୍ଦୁଝର ତେଲକୋଇରେ ଦୁଇ ମହଲା କମର୍ସିଆଲ ମାର୍କେଟ କମ୍ପ୍ଲେକ୍ସ ଠାବ ହୋଇଛି । ଯେଉଁଠି ଉପରେ ୯ଟି ଦୋକାନ ବିଶିଷ୍ଟ ଓ ତଳେ ୬ ଦୋକାନ ବିଶିଷ୍ଟ କମ୍ପ୍ଲେକ୍ସ ଠାବ କରାଯାଇଛି । ସେହିପରି ଜଗମୋହନ ପୁରରେ ଥିବା ପୈତୃକ ଘର ମଧ୍ୟ ଠାବ ହୋଇଛି ତା ସହିତ ଏକ ଅର୍ଦ୍ଧନିର୍ମିତ ଦୁଇ ମହଲା କୋଠାର ମଧ୍ୟ ଠାବ ହୋଇ ତେଲକୋଇରେ । ତେବେ ଏନେଇ ବାବୁଙ୍କ ଗହଣା ଟଙ୍କା ଓ ଗାଡ଼ିର ମଧ୍ୟ ହିସାବ ନିକାଶ ଚାଲିଛି । ଖଣି ବିଭାଗ ଅଧିକାରୀ ଭାବେ ସେ କାର୍ଯ୍ୟରତ ।


0 Comments