ଶ୍ରୀନଗର: ଭାରତୀୟ ସୀମାରେ ପୁଣି ତିନି ଆତଙ୍କବାଦୀ ନିପାତ । ଜମ୍ମୁ ଓ କାଶ୍ମୀର ଅନ୍ତର୍ଗତ ଶ୍ରୀନଗର ଫରେଷ୍ଟ ରେଞ୍ଜରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସୋମବାର ତୀବ୍ର ଗୁଳି ଚାଳନା ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ତିନି ଆତଙ୍କବାଦୀ । ଏନେଇ ଭାରତୀୟ ସେନା ସୂଚନା ଦେଇଛି । ଏହି ଗୁଳି ଏନକାଉଣ୍ଟରରେ ପହଲଗାମ ଆକ୍ରମଣ ମାଷ୍ଟରମାଇଣ୍ଡ ନିପାତ ହୋଇଥିବା ନେଇ ସନ୍ଦେହ କରାଯାଉଛି ।
ଅପରେସନ ମହାଦେବ ଜରିଆରେ, ସୀମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ହୋଇଥିବା କଡ଼ା ମୁକାବିଲାରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି । ଏବେ ମଧ୍ୟ ଅପରେସନ ଜାରି ରହିଛି ବୋଲି ସେନାର ଚିନାର କର୍ପସ(Chinar Corps) X ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ।
ଏହି ଅପରେସନରେ ମୃତ୍ୟୁବରଣ କରିଥିବା ତିନି ଆତଙ୍କବାଦଙ୍କ ମଧ୍ୟରେ ପାକିସ୍ତାନୀ ଆ
ଙ୍କବାଦୀ
ସୁଲେମାନ ମୂଷା ରହିଥିବାର ସନ୍ଦେହ କରାଯାଉଛି । ଯଦି ଏହା ସତ୍ୟ ହୁଏ, ତେବେ ଏହା ଭାରତ ପାଇଁ ଏକ ବଡ଼ ସଫଳତା ହେବ । ଗତ ଏପ୍ରିଲ 22 ତାରିଖରେ ପହଲଗାମ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସୁଲେମାନ ମୁଷା ମାଷ୍ଟରମାଇଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଏହି ସମୟରେ ଜାମ୍ମୁ କାଶ୍ମୀର ପୋଲିସ ସୁଲେମାନ ସମେତ ଅନ୍ୟ ଦୁଇ ଆତଙ୍କବାଦୀ ଆଦିଲ ଭାଇ ଓରଫ ତହ୍ଲା ଭାଇ ଓ ଜଣେ ସ୍ଥାନୀୟ ଆଦିଲ ହୁସେନ ହୋଇଥିବା ସନ୍ଦେହ କରାଯାଉଛି ।
ସେନା କହିଛି, ପୂର୍ବରୁ ମଧ୍ୟ ଲିଡୱାସ ଅଞ୍ଚଳରେ ଆତଙ୍କବାଦୀ ଓ ସେନା ମଧ୍ୟରେ ବାରମ୍ବାର ଗୁଳି ବିନିମୟ ଘଟିଛି । ଏବେ ମଧ୍ୟ ଅପରେସନ ଜାରି ରଖିଛି । ସେନା X ହ୍ୟାଣ୍ଡେଲରେ ଲେଖିଛନ୍ତି, "OP ମହାଦେବ: ଲିଡୱାସର ସାଧାରଣ ଅଞ୍ଚଳରେ ଯୋଗାଯୋଗ ସ୍ଥାପନ ହୋଇଛି । କାର୍ଯ୍ୟ ଜାରି ରହିଛି ।"