ଭୁବନେଶ୍ବର: ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣା । ଆଗାମୀ ଦିନରେ ପରୀକ୍ଷା ସ୍ୱଚ୍ଛତା ନେଇ ମନ୍ତ୍ରୀ ଦେଲେ ପ୍ରତିଶ୍ରୁତି । ପ୍ରଶ୍ନ ପତ୍ର ଲିକ ହେବା ଘଟଣାରେ 6ଜଣଙ୍କୁ ଗିରଫ କରାଯାଇଛି । ଆଗାମୀ ଦିନରେ ଏଭଳି ହେଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଅପରାଧିଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ପରୀକ୍ଷା କରାଇବା କ୍ଷେତ୍ରରେ ସ୍ୱଚ୍ଛତା ଆଣିବାକୁ ଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ, ନିତ୍ୟାନନ୍ଦ ଗଣ୍ଡ ।

Sans_Fallback_fba9a0; font-size: 17px;">ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, "ଓଟିଇଟି ପ୍ରଶ୍ନ ପତ୍ର ଲିକ ଘଟଣାର ତଦନ୍ତ କରୁଛି କ୍ରାଇମ୍ ବ୍ରାଞ୍ଚ । ତଦନ୍ତରେ ପ୍ରଶ୍ନପତ୍ର ପ୍ରଘଟରେ ଜଡିତ କିଛି ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି । ଯିଏ ଏପରି କରିଛନ୍ତି ବା ଯିଏ ବି ସାମିଲ ଅଛନ୍ତି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କ୍ୟୁଆର କୋର୍ଡ ଥିବା ସତ୍ତ୍ବେ ଏଭଳି ଘଟଣା ଘଟିଛି । ତେଣୁ ଏ ଦିଗ ଉପରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯିବ । ଆଗକୁ ଏପରି ଘଟଣାର ପୁନରାବୃତ୍ତି କିପରି ନ ହେବ ସେଥିପାଇଁ ବିଭାଗ ସଜାଗ ଅଛି । ଏ ଦିଗରେ ସ୍ୱଚ୍ଛତା ଆଣିବାକୁ ଆମେ ଚେଷ୍ଟା ଜାରି ରଖିଛୁ । ଯେଉଁମାନେ ଏଭଳି କାର୍ଯ୍ୟ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

"ଆଗକୁ ସ୍ୱଚ୍ଛତା ସହ କିପରି ପରୀକ୍ଷା ହେବ ସେଥିପାଇଁ ଯୋଜନା କରାଯାଉଛି । ଖୁବ୍ ଶୀଘ୍ର ପୁଣି ଥରେ ପରୀକ୍ଷା ପାଇଁ ଆମେ ଚେଷ୍ଟା କରୁଛୁ । କିନ୍ତୁ ପ୍ରଥମେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ପରୀକ୍ଷା ତାରିଖ ଦିଆଯିବ । ଯେଉଁମାନେ ସ୍ୱଚ୍ଛତାରେ ପରୀକ୍ଷା ଦେଇଥାନ୍ତେ ସେମାନଙ୍କ ପ୍ରତି ଅନ୍ୟାୟ ହେଇଛି ।" ଏହି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ NCT ଗାଇଡ ଲାଇନ ଅଛି । ଏହି ଗାଇଡ ଲାଇନ୍ ଅନୁସାରେ ଏହି ପରୀକ୍ଷାର ଆବଶ୍ୟକତା ଅଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟନନ୍ଦ ଗଣ୍ଡ ।

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଉପସଭାପତିଙ୍କ ଲାପ୍‌ଟପରୁ ଜଣେ ଡାଟା ଏଣ୍ଟ୍ରି ଅପରେଟର ଏହି ସମସ୍ତ ପ୍ରଶ୍ନପତ୍ରକୁ ପ୍ରଘଟ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏନେଇ କ୍ରାଇମ୍‌ବ୍ରାଞ୍ଚ ସମ୍ପୃକ୍ତ ଡାଟା ଏଣ୍ଟ୍ରି ଅପରେଟର୍‌ ତଥା ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣାଙ୍କ ସମେତ ୬ ଜଣକୁ ଗିରଫ ମଧ୍ୟ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ କିଛି ଶିକ୍ଷକ ମାନେ ମଧ୍ୟ ରହିଛନ୍ତି । ତେବେ ଏହି ଘଟଣାରେ ବିପୁଳ ପରିମାଣରେ ଟଙ୍କା କାରବାର ହୋଇଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟ ଅଭିଯୁକ୍ତ ଜିତନଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଅଢେଇ ଲକ୍ଷ ଟଙ୍କା ଜମା ହୋଇଥିବା ଜଣାପଡ଼ିଛି । ଏଥିସହ ଅଭିଯୁକ୍ତଙ୍କ ମୋବାଇଲ, ପ୍ରଘଟ ପ୍ରଶ୍ନପତ୍ର ଏବଂ ବହୁ ବୈଦ୍ୟୁତିକ ଉପକରଣ ଜବତ ହୋଇଛି ।

0 Comments