allback_fba9a0; font-size: 17px;">ସ୍ପେସିଆଲ ଓଟିଇଟି ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ବଡ଼ ସଫଳତା । ପ୍ରଶ୍ନପତ୍ର ଭାଇରାଲ ଘଟଣାରେ 6 ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ । ଗିରଫ ହୋଇଥିବା ସମସ୍ତ ବୋର୍ଡର କର୍ମଚାରୀ । 2 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇ ପ୍ରଶ୍ନପତ୍ର ଭାଇରଲ କରିଥିଲେ ଏମାନେ । ଆଜି କ୍ରାଇମବ୍ରାଞ୍ଚ ଡିଜି ବିନାୟତୋଷ ମିଶ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଘଟଣାରେ କ୍ରାଇମବ୍ରାଞ୍ଚକୁ ମିଳିଛି ବଡ଼ ସଫଳତା । ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ଡାଟା ଏଣ୍ଟ୍ରି ଅପରେଟର କିଙ୍ଗପିନ୍ ହୋଇଥିବା ବେଳେ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫଦାରୀ ମଧ୍ୟରେ ରହିଛନ୍ତି ଶିକ୍ଷକ ଓ ପେଷାଦାର ଭାଇରଲକାରୀ । ସାମ୍ବାଦିକ ସମିଳନୀ କରି ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଗିରଫ 6 ଅଭିଯୁକ୍ତ ହେଲେ ଜିତନ ମହାରଣା, ବିଜୟ କୁମାର ମିଶ୍ର, ସନାତନ ବିଶୋଇ, ରାମଜୀ ପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ ଓ ଜୟନ୍ତ କୁମାର ରାଉତ ।
ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣା ହିଁ ପ୍ରଶ୍ନପତ୍ର ଭାଇରାଲ କରିଥିଲେ । ଏଥିରେ ମନିଟ୍ରେଲ ମଧ୍ୟ ହୋଇଛି ହୋଇଛି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି । ଜିତନ ମହାରଣା ପତ୍ନୀଙ୍କ ଆକାଉଣ୍ଟକୁ ଆସିଥିଲା ୨ ଲକ୍ଷ ୪୦ ହଜାର ଟଙ୍କା । ଏପରିକି ପର୍ଯ୍ୟାପ୍ତ ପରିମାଣର କ୍ୟାସ କାରବାର ହୋଇଥିବା ନେଇ କ୍ରାଇମବ୍ରାଞ୍ଚ ଅନୁମାନ କରୁଛି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ।