ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଖୋଜୁ ଖୋଜୁ ଭୁବନେଶ୍ୱର

2ଟି ମଲରେ ପହଞ୍ଚିଛି ଭିଜିଲାନ୍ସ । ସରକାରୀ ବାବୁଙ୍କର ନାରେ ଥିବା ମଲରେ ଭଡ଼ା ଦିଯାଇଥିଲା ଘର । ଯାହା ବାବଦକୁ ସରକାରୀ ବାବୁ ଜଣଙ୍କ ମୋଟା ଅଙ୍କର ମାସିକ ଭଡ଼ା ପାଉଥିଲେ । ଭୁବନେଶ୍ୱର R&B ଡିଭିଜନର-III ସହକାରୀ ଯନ୍ତ୍ରୀ ରାଜ କିଶୋର ଜେନାଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଚେର ଖୋଜୁଛି ଭିଜିଲାନ୍ସ ।

ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, R&Bର ସହକାରୀ ଇଞ୍ଜିନିୟର ରାଜ କିଶୋର ଜେନା ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ବର ସମେତ ନୟାଗଡର 10ଟି ସ୍ଥାନରେ ଏକକାଳୀନ ତଲାସ ଆରମ୍ଭ କରିଛି । 7 ଜଣ ଡିଏସପିଙ୍କ ସହ 5 ଇନସ୍ପେକ୍ଟର ଓ 12ଜଣ ଏଏସଆଇଙ୍କୁ ନେଇ ଯାଞ୍ଚ ବେଳେ ରାଜ କିଶୋରଙ୍କ ଅନେକ ସମ୍ପତ୍ତିର ଖୁଲାସା କରିଛି ଭିଜିଲାନ୍ସ । ଯେଉଁଥିରେ ଭୁବନେଶ୍ୱର 2ଟି ମଲ ସିମ୍ଫନି ଓ ଉତ୍କଳ ଗ୍ୟାଲେରିଆରେ ଭଡ଼ାରେ ଦୁଇଟି ବଡ଼ବଡ଼ ଦୋକାନ ଘର, 13ଟି ସ୍ଥାନରେ ନାମିତ ଦାମୀ ପ୍ଲଟ ଯେଉଁଠି ଭୁବନେଶ୍ୱର 9ଟି ସ୍ଥାନରେ ଓ ନୟାଗଡର 3ଟି ସ୍ଥାନରେ ଖୋର୍ଦ୍ଧାରେ ଗୋଟିଏ ସ୍ଥାନରେ ସମ୍ପତ୍ତି ମିଳିଛି । ଏହାସହ ବ୍ୟାଙ୍କ ଡିପୋଜିଟ୍ ଓ ଅନ୍ୟାନ୍ୟ ସୁନା ଗହଣା ଓ ଟଙ୍କା ମଧ୍ୟ ଠାବ କରିଛି ଭିଜିଲାନ୍ସ ।

ଯନ୍ତ୍ରୀ ରାଜ କିଶୋର ଜେନାଙ୍କ ଭୁବନେଶ୍ୱର ଜାଆଁଳାରେ ଉତ୍ତରମୁଣ୍ଡାରେ ଏକ ପ୍ଲଟ ସହ କଣ୍ଟାପଡ଼ାରେ ମଧ୍ୟ ଏକ ଜମି ରହିଛି । ସେହିପରି ମେଣ୍ଢାଶାଳ ଭଗବତୀପୁର ଠାରେ ଏକ ଜମି ସହ ଚନ୍ଦକା ଓ ସୁନ୍ଦରପୁରରେ ଏକ ପ୍ଲଟ, ଭଗବାନପୁର ଓ ମରିଚିଆରେ ଦୁଇଟି ପ୍ଲଟ ସମେତ ନୟାଗଡର ଟାଉନ ଓ ଜାମୁଆସାହିରେ ଦୁଇଟି ପ୍ଲଟ ରହିଛି । ଏହାସହ ଖୋର୍ଦ୍ଧାରେ ମଧ୍ୟ ଏକ ପ୍ଲଟ ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।

0 Comments