କେନ୍ଦୁଝର ( ପ୍ରତ୍ୟୁଷ ପଟ୍ଟନାୟକ) ଆକାଶବାଣୀ କେନ୍ଦୁଝର କେନ୍ଦ୍ରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରି ଆସୁଥିବା ଆତ୍ମେଶ୍ୱର୍  ଝାଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଆକାଶ ବାଣୀ, କେନ୍ଦୁଝରର ପୂର୍ବତନ ସୁନାମଧନ୍ୟ ଘୋଷକ  ସିପାଇ ମୁର୍ମୁ, କେନ୍ଦ୍ରର ପୂର୍ବତନ କୃଷି ସମାଚାର ସଂଯୋଜକ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ, ଆଞ୍ଚଳିକ ମହାବିଦ୍ୟାଳୟ, ଝାଡ଼ବେଲଦାର ଅର୍ଥ ବିଭାଗ ପ୍ରାଧ୍ୟାପକ ଶ୍ରୀ ଅମିୟ କୁମାର ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ରଥ ମୁଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ମହେନ୍ଦ୍ର କୁମାର ମହାନ୍ତ, ପାଲା ଗାୟକ ଶ୍ରୀ ଦେବବ୍ରତ ରଣା, ଅ

୍ରଣୀ ଚାଷୀ ଶ୍ରୀ କାଳୀ ଚରଣ ମୁର୍ମୁ, ଆକାଶ ବାଣୀର ଅଗ୍ରଣୀ ଶ୍ରୋତା ଶହ ଶ୍ରୀ ଡମ୍ବରୁଧର ମହାନ୍ତ, ଅବସରପ୍ରାପ୍ତ ଗୋଷ୍ଠୀ କୃଷି ଅଧିକାରୀ ଶ୍ରୀ ଚୋୖଧୁରୀ ଜେନାଙ୍କ ସମେତ ଆକାଶ ବାଣୀ, କେନ୍ଦୁଝରର ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ କଳାକାର ଆଦି ଉପସ୍ଥିତ ଥିଲେ ।

ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିବା ସମସ୍ତ ବକ୍ତାଗଣ ଶ୍ରୀ ଝା' ମହୋଦୟଙ୍କର ଜନ ସାଧାରଣଙ୍କ ପ୍ରତି ରହି ଆସିଥିବା ସେବା ମନୋଭାବ, କାର୍ଯ୍ୟ ଦକ୍ଷତା ଶୈଳୀ ଏବଂ ସହକର୍ମୀ ମାନଙ୍କ ପ୍ରତି କାର୍ଯ୍ୟରତ ଥିବା ସମୟରେ ଆନ୍ତରିକତାର ସହିତ ଆତ୍ମୀୟତା ମନୋଭାବ ପୋଷଣର ମହନୀୟତାକୁ ଗୁଣଗାନ କରି ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ ।

0 Comments