ଢେଂକିକୋଟ( ତପନ ବେହେରା) କେନ୍ଦୁଝରରେ ସୁନା ଚେନ ଲୁଟର ଲୁଟେରା ଧରାପଡ଼ିଲେ ପୋଲିସ ସାବାସୀ ପାଇଲେ । ତଥାପି ଆଜି ଖବର ଢେଙ୍କିକୋଟରେ ସୁନା ଚେନ ଲୁଟ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଲୋକଙ୍କ ପାଇଁ ସଂଶୟର ପୋଲିସକୁ ଚାଲେଞ୍ଜ ହୋଇଛି । ପ୍ରକାଶ ଯେ ଆଜି

ସନ୍ଧ୍ୟାରେ ଢେଂକିକୋଟ ବଜାରଠାରୁ - ହାଇସ୍କୁଲ ରାସ୍ତାରେ ଥିବା ରମେଶ ଚନ୍ଦ୍ର ସାହୁଙ୍କ ଦୋକାନକୁ ଏକ କଳା ବାଇକ ରେ ଦୁଇ ଜଣ ଯୁବକ ଆସିଥିଲେ । ଜଣେ ବାଇକରେ ଥିବା ବେଳେ ଲାଲ ରଙ୍ଗପୋଷାକ ସାର୍ଟ ପିନ୍ଧିଥିବା ଯୁବକ ଦୋକାନକୁ ଆସି ଏକ ଇଲେକ୍ଟ୍ରିବଲ ମାଗିଲେ, ଓ ପାଞ୍ଚଶହ ଟଙ୍କା ନୋଟ ଦେଇଥିଲେ । ଅବଶି

ଷ୍ଟ ଟଙ୍କାକୁ ପାଖ ହନୁମାନ ମନ୍ଦିର ରେ ଦାନ ଦେଇ ଦେବାପାଇଁ କହିଥିଲେ। ଏହାପରେ ଯୁବକ ରମେଶ ସାହୁଙ୍କୁ ପିନ୍ଧିଥିବା ସୁନାଚେନକୁ ଖୋଲିବାକୁ କହି ଡ୍ରରେ ରଖିବାକୁ କହିଲେ । ରମେଶ ସାହୁ ଏକୁଟିଆ ଥିବାରୁ  ତାଙ୍କ ଠାରୁ ମୂଲ୍ୟବାନ ଚାଳିଶ ଗ୍ରାମର ସୁନାଚେନ କୁ ଧରି ଦୁଇ ଲୁଟେରା ଫେରାର ହୋଇଯାଇଥିଲେ। ଲୁଟେରା ମାନେ ଟୋଲ ଗେଟ ଅତିକ୍ରମ କରି କେନ୍ଦୁଝର ଅଭିମୁଖେ ଯାଇଥିବା ସିସିଟିଭିରେ ଜଣାପଡ଼ିଛି । ତୁରନ୍ତ ଖବର ପାଇ ଢେଂକିକୋଟ ପୋଲିସ ଅଧିକାରୀ ତ୍ରିନାଥ ନାଏକଙ୍କ  ସହ ଘଟଗାଁ ଥାନା ଅଧିକାରୀ ଆସି ତଦନ୍ତ କରିବା ସହ ଏସଡିପିଓ ମଧ୍ୟ ଆସି ଅନୁସନ୍ଧାନ ଜାରିରଖିଛନ୍ତି।

0 Comments