ଘଷିପୁରା :- ବ୍ରାଉନ ସୁଗାର ବକ୍ରି ଅଭିଯୋଗରେ ୨୧ ଗିରଫ , ନଗତ ୮ଲକ୍ଷ ୩୦ ହଜାର ଟଙ୍କା ସହ ୨୧୩ ଗ୍ରାମ ବ୍ରାଉନ ସୁଗାର ଜବଦ । ଅଭିଯୁକ୍ତ ଙ୍କ ନିକଟରୁ ୧୩ଟି ମୋବାଇଲ୍ ଫୋନ୍ ମଧ୍ଯ ଜବଦ କରିଛି ପୋଲିସ୍ । ଘଷିପୁରା ଥାନା ଠାରେ ଏକ ସମ୍ବାଦିକ ସମ୍ମିଳନୀ ମାଧ୍ଯମରେ ଏଭଳି ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲା ଅତିରିକ୍ତଏସ୍ .ପି ପ୍ରତ୍ଯୁଷ ମହାପାତ୍ର । ଅଭିଯୁକ୍ତ ମଧ୍ଯରେ କେତେକ ଘଷିପୁରା ଥାନା ଅଞ୍ଚଳର ହୋଇଥିବାବେଳେ ଅନ୍ଯକେତେକ ରାମଚନ୍ଦ୍ରପୁର , ଆନନ୍ଦପୁର ଓ ନନ୍ଦିପଦା ଥାନା ଅଞ୍ଚଳର ହୋଇଥିବା ସୂଚ
ନା ମିଳିଛି । ଭଦ୍ରକ ର ଅଞ୍ଚଳରୁ ଏମାନେ ବ୍ରାଉନସୁଗାର ଆଣି ଆନନ୍ଦପୁର ଅଞ୍ଚଳରେ ଦିର୍ଘଦିନ ଧରି ବିକୁଥିଲେ। ଆନନ୍ଦପର ଉପଖଣ୍ଡ ଅଞ୍ଚଳରେ ବଢିାଲିଥିବା ବ୍ରାଉନସୁଗାର କାରବାର କୁ ନେଇ ବିଭିନ୍ନ ମହଲରୁ ପୋଲିସ୍ ନକଟରେ ହୋଇଆସୁଥିବା ଅଭିଯୋଗ କୁ ଆଧାରକରି ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରା ଙ୍କ ନେତୃତ୍ବରେ କେତେଗୁଡିଏ ପୋଲସ୍ ଟିମ୍ ଗଠନକରି ଗତଦୁଇଦିନର ଚଢାଉ ପରେ ଏହି ସଫଳତା ମିଳିଥିବା ଜଣାପଡିଛି । ତେବେ ଆଗକୁ ମଧ୍ଯ ପୋଲିସ୍ ଚଢାଉ ଜାରି ରଖିବ ବୋଲି କହିଛନ୍ତି ଅତିରିକ୍ତ ଏସପି ।