କେନ୍ଦୁଝର:- ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦୁଝର ତରଫରୁ ଗୁରୁବାର ଅଧକ୍ଷ ପ୍ରଫେସର ଲଳିତ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଦୁଇଦିନ ଧରି ଚାଲିଥିବା ଗୁରୁତ୍ୱପୂର୍ଣ୍ଣ "ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା" ସଚେତନତା କାର୍ଯ୍ୟକ୍ରମ"ର ଉଦଯାପିତ ହୋଇଯାଇଛି, ଯାହାର ଆଭିମୁଖ୍ୟ ଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟଗତ ଓ ମାନସିକ ଦୃଷ୍ଟିରୁ ସଚେତନ କରାଇବା । କାର୍ଯ୍ୟକ୍ରମର ଆରମ୍ଭରେ ଇଷ୍ଟ ଦେବୀ ମା ତାରିଣୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜୋଳନ କରିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟ ଓ ଛାତ୍ରୀ କଳ୍ୟାଣ ସମିତିର ଉପାଧ୍ୟକ୍ଷା ଗୀତାଞ୍ଜଳୀ ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବ୍ୟାଖ୍ୟା କରିଥିଲେ। ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରୀ ତୃପ୍ତି ସଂଗୀତା ଶୁକ୍ଳା ମଞ୍ଚ ପରିଚାଳନା କରିଥିଲେ। ଅଧକ୍ଷ ପ୍ରଫେସର ସାହୁ ସ୍ବାଗତ ବକ୍ତବ୍ୟ ପ୍ରଦାନ କରିବା ସହ ସ୍ବାସ୍ଥ୍ୟ ପ୍ରତି ସର୍ବଦା ସେଚେତନ ରହିବା ପାଇଁ ପ୍ରେରଣା ଦେଇଥିଲେ । ଏହି ପରିପ୍ରେକ୍ଷୀରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟର ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ନିହାର ରଥ କିପରି ମାନସିକ ଦୁଶ୍ଚିନ୍ତାରେ ଥିବା ବ୍ୟକ୍ତି କେଉଁ ଉପାୟରେ ମୁକ୍ତି ପାଇପାରିବ, ବିଷାଦ ଓ ଚାପମୁକ୍ତରୁ ନିବୃତ୍ତ ହେବାର ଉପାୟ ସମ୍ପର୍କରେ ପିଲାମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ରୋଟାରୀ କ୍ଳବର୍ ସଭାପତି ହରିହର ମହାନ୍ତ ରୋଗୀର କୌଣସି ଅସୁବିଧା ହେଲେ ଅନ୍ତତ ମୋତେ ଜଣାଇଲେ ମୁଁ ଆମ ସହଯୋଗିତାରେ ମାଗଣାରେ ଚିକିତ୍ସା କରେଇବି । ବିଶିଷ୍ଟ ଦନ୍ତ ବିଶେଷଜ୍ଞ ଡକ୍ଟର ସଞ୍ଜୀବ କୁମାର ଓତାଙ୍କ ନେତୃତ୍ବରେ ଆସିଥିବା ଏସ.ସି.ବି ଚ
କିତ୍ସାଳୟର ସ୍ବାସ୍ଥ୍ୟ ପ୍ରଫେସର ମାନଙ୍କୁ ତତ୍ତ୍ଵାବଧନ କରିଥିଲେ । ସମ୍ମାନୀତ ଅତିଥି ଏସ.ସି.ବି ଚିକିତ୍ସାଳୟର ଦନ୍ତ ଚିକିତ୍ସକ ପ୍ରଫେସର ଡକ୍ଟର ଗୌରବ ଶର୍ମା ପିଲାମାନେ କିପରି, କେଉଁ, କ'ଣ କ'ଣ ଖାଦ୍ୟ କେତେବେଳେ ଖାଇବେ, ଏଥିପ୍ରତି ଦାନ୍ତର ଭୂମିକା କ'ଣ ଓ ଯତ୍ନ କିପରି ନେବେ ସେ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ତାଙ୍କ ତତ୍ତ୍ଵାବଧାନରେ ଅନ୍ୟତମ ସହଯୋଗୀ ଦନ୍ତ ଚିକିତ୍ସକା ଡକ୍ଟର ଅନିଶା ଦତ୍ତ ପିପିଟି ମାଧ୍ୟମରେ ପିଲାମାନଙ୍କର ଦାନ୍ତକୁ କିପରି ଯତ୍ନ ନେବେ ଓ ଦାନ୍ତର କେଉଁ ପ୍ରକାର ରୋଗକୁ କିପରି ଚିକିତ୍ସା କରିବେ ସେ ସଂପର୍କରେ ଜଣାଇଥିଲେ । ଏତତ ବ୍ୟତୀତ ଦନ୍ତ ଚିକିତ୍ସକ ଡକ୍ଟର କ୍ରିଷ୍ଣା ପ୍ରିୟା ଓ ଡକ୍ଟର କୁମାର କୁଲଦୀପ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ, ଅଧ୍ୟପକଅଧ୍ୟାପିକ ଓ କର୍ମଚାରୀ ମାନଙ୍କୁ ମାଗଣାରେ ଦନ୍ତ ଚିକିତ୍ସା କରିଥିଲେ । ଏହି ସଭାରେ NSS ଅଧିକାରିଣୀ ଡ଼. ନିବେଦିତା ଦାସ, ରେଡ କ୍ରସ ଅଧିକାରିଣୀ ଡ଼. ମୋନାଲିସା ଦାସ ବ୍ୟତୀତ ରେଡ୍ ରିବନ୍ କ୍ଲବ୍ ଅଧିକାରୀ ଅଧ୍ୟାପିକା ଡକ୍ଟର ବନିଶ୍ରୀ ଦାସଙ୍କ ସହଯୋଗିତାରେ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।ମଧ୍ୟ ଏହି କାର୍ଯ୍ୟକ୍ରମର ଅଂଶ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଶତାଧିକ ଛାତ୍ରୀ ଉପସ୍ଥିତ ରହି ଶିବିରକୁ ସଫଳ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଶିକ୍ଷା ବିଭାଗ ମୁଖ୍ୟ ପ୍ରଫେସର ଡକ୍ଟର ରାମଚନ୍ଦ୍ର ମଲ୍ଲ ଧନ୍ୟବାଦ ଜ୍ଞାପନ ଦେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।