ଭୁବନେଶ୍ବର: ଅଗଷ୍ଟ 9 ତାରିଖ ରାକ୍ଷୀ ପୂର୍ଣ୍ଣିମା ଦିନ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା । ତୃତୀୟ କିସ୍ତିରେ ପ୍ରାୟ 1 କୋଟି 2 ଲକ୍ଷ 40 ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଜୟପୁର ଗସ୍ତ କରି ସୁଭଦ୍ରା ଟଙ୍କା ପ୍ରଦାନ କରିବେ । ସେହିପରି ଅଗଷ୍ଟ 9 ପରେ ଖୋଲିବ ସୁଭଦ୍ରା ପୋର୍ଟାଲ । ରିଜେକ୍ଟ ହୋଇଥିବା 2 ଲକ୍ଷ ଆବେଦନକାରୀଙ୍କର ପୁନର୍ବାର ସର୍ଭେ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
--tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
କହିଛନ୍ତି, "ଆସନ୍ତା ଅଗଷ୍ଟ ମାସ 9 ତାରିଖରେ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ମିଳିବ । ତୃତୀୟ କିସ୍ତିରେ ପ୍ରାୟ 1 କୋଟି 2 ଲକ୍ଷ 40 ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । ଆରମ୍ଭରୁ ଆଜି ପର୍ଯ୍ୟନ୍ତ ପ୍ରାୟ 2 ଲକ୍ଷ ଆବେଦନ ରିଜେକ୍ଟ ହୋଇଛି । ପୂର୍ବରୁ ଏହି ସଂଖ୍ୟା 1 ଲକ୍ଷ 88 ହଜାର ଥିଲା । କାରଣ ପ୍ରଥମ କିସ୍ତି ନେବା ପରେ କିଛି ହିତାଧିକାରୀ ଆୟକର ଦାଖଲ କରିଛନ୍ତି । ଆଉ କିଛି ଗାଡି କିଣିଛନ୍ତି ବା 5 ଏକର ଜମି ତାଙ୍କ ନାଁ' ଆସିଛି । ଅଗଷ୍ଟ 9 ତାରିଖ ପରେ ରିଜେକ୍ଟ ହୋଇଥିବା 2 ଲକ୍ଷ ଆବେଦନକାରୀଙ୍କର ପୁନର୍ବାର ସର୍ଭେ ହେବ । ସର୍ଭେ ପରେ ଯେଉଁମାନେ ଯୋଗ୍ୟ ହେବେ ସେମାନେ ସୁଭଦ୍ରା ଟଙ୍କା ପାଇବେ ।"
ଉପ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଅଗଷ୍ଟ 9 ପରେ ସୁଭଦ୍ରା ପୋର୍ଟାଲ ଖୋଲା ହେବ । ଯେଉଁମାନଙ୍କ ବୟସ 21 ହୋଇଯାଇଥିବ ସେମାନେ ସାମିଲ ହେବେ । ପାଖାପାଖି 60 ହଜାରରୁ ଅଧିକ ମହିଳା ଯାହାଙ୍କୁ 60 ବର୍ଷ ହୋଇଯାଇଛି ସେମାନଙ୍କୁ ସିଧାସଳଖ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ଲାଗି ବ୍ୟବସ୍ଥା କରିଛୁ । ସେମାନେ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେବା ସହ ଭତ୍ତା ପାଇବେ । ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବା ପରେ ସେମାନେ ଏଥିରେ ଯୋଡି ହୋଇଯିବେ । ତୃତୀୟ କିସ୍ତିର ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ପକ୍ଷରୁ କୋରାପୁଟର ଜୟପୁରରେ ଆୟୋଜନ ହେଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସୁଭଦ୍ରା ଟଙ୍କା ପ୍ରଦାନ କରିବେ । କୋଟିଆରେ ଘରେ ଘରେ ସୁଭଦ୍ରା ଟଙ୍କା ପହଞ୍ଚିବ । ଏହା ପୂର୍ବରୁ କୋଟିଆ ଯାଇ ସୁଭଦ୍ରା ଏନରୋଲମେଣ୍ଟ ଚେକ କରିବେ ଉପମୁଖ୍ୟମନ୍ତ୍ରୀ ।