କେନ୍ଦୁଝର :- ସ୍ଥାନୀୟ ଜେଲରୋଡସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଗୋଷ୍ଠୀ ଶିକ୍ଷା ଉନ୍ନୟନ ଅଧିକାରୀ ଓଁକାର ଅନ୍ଵେଷ ଯୋଗ ଦେଇ ଶିଶୁଙ୍କୁ ବିଜ୍ଞାନୀ ମନୋଭାବ ନେଇ କାର୍ଯ୍ୟ କଲେ ଭବିଷ୍ୟତରେ ଜଣେ ଜଣେ ବୈଜ୍ଞାନିକ ହୋଇପାରିବେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। । ପରିଚାଳନା ସମିତିର ସଂପାଦକ ସୁଧାଂଶୁ ଶେଖର ପଣ୍ଡା ଓ କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଜ୍ଞାନବିଜ୍ଞାନ ମେଳାରେ ଗଣିତ ପ୍ରକଳ୍ପରେ ୧୦୦ ଜଣ, ବିଜ୍ଞାନ ପ୍ରକଳ୍ପରେ ୧୮୦ ଜଣ, ପ୍ରଶ୍ନମଂଚରେ ୪୦୩ ଜଣ, ପ୍ରୟୋଗରେ ୧୪୩ ଜଣ, ପତ୍ରବାଚନରେ ୯୦ ଜଣ, ମୂର୍ତ୍ତୀକଳାରେ ୫୨ ଜଣ, କଥାକଥନ ୫୬ ଜଣ ଓ ନିବନ୍ଧ ଲିଖନରେ ୪୭ଜଣ ଏହିପରି ସର୍ବମୋଟ ୧୦୭୧ ଜଣ ଅଂଶ ଗ୍ରହଣ କରିଥିଲେ। ବିଚାରକ ଭାବରେ କେନ୍ଦୁଝରର ବିଭିନ୍ନ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ହରେକୃଷ୍ଣ ପଣ୍ଡା, ଅନିରୁଦ୍ଧ ସାହୁ, କଳ୍ପନା ସାହୁ, ସୁପ୍ରଭା ପ୍ରଧାନ, ପୂଜାରାଣୀ ପଣ୍ଡା, ସୁବାଷ ଚନ୍ଦ୍ର ଭୂୟାଁ, ବୈଲୋଚନ ମହାନ୍ତ, କର୍ଣ୍ଣ କୁମାର ମହାନ୍ତ, ସୀତାରାମ ମହାନ୍ତ, ବୁଲୁରାମ ମହାନ୍ତ
ସସ୍ମିତା ଦୋରା, ସୁବାସ ପ୍ରଧାନ, ସନ୍ତୋଷ କୁମାର କର ଓ ଅମୀୟ କୁମାର ଭୂୟାଁ ଯୋଗଦେଇଥିଲେ । ପ୍ରତ୍ୟେକ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ଭାଇଭଉଣୀମାନେ ସଂକୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବେ । ସମାପନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା ଯୋଗ ଦେଇ କୃତି ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷା ବିକାଶ ସମିତିର ବିଭାଗ ନିରୀକ୍ଷକ ଜ୍ଞାନରଞ୍ଜନ ପାଢ଼ୀ, ପରିଚାଳନା ସମିତିର ଉପସଭାପତି ପ୍ରିୟବ୍ରତ ସାମଲ, ସଂପାଦକ ସୁଧାଂଶୁ ଶେଖର ପଣ୍ଡା, ସହସଂପାଦକ ଦୀପକ କୁମାର ମହାକୁଳ ଉପସ୍ଥିତ ଥିଲେ । ବିଜ୍ଞାନ ଆଚାର୍ଯ୍ୟ ମନୋରଂଜନ ପରିଡା ବିବରଣୀ ପାଠ କରିଥିଲେ ବେଳେ ବିଦ୍ୟାମନ୍ଦିର ପର୍ଯ୍ୟାୟ ପ୍ରମୁଖ ଦେବାଶିଷ ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଦ୍ୟାଳୟର ବିଜ୍ଞାନ ବିଭାଗର ଆଚାର୍ଯ୍ୟ ଅମୂଲ୍ୟ କୁମାର ରାଉତ, ସତ୍ୟପ୍ରିୟ ମହାନ୍ତି, କୁଳମଣି ମହାନ୍ତ, ସନ୍ତୋଷ କୁମାର କର, ଆଚାର୍ଯ୍ୟା ବିଶ୍ଵବନ୍ଦିତା ଦାସ, ହରପ୍ରିୟା ଓଝା ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଜ୍ଞାନବିଜ୍ଞାନ ମେଳାରେ ପରିଚାଳନାରେ ସହଯୋଗ କରିଥିଲେ।