ଭୁବନେଶ୍ୱର: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଓଡ଼ିଶା ପୋଲିସର ବଡ଼ ସୂଚନା

। ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡଲରେ ଓଡ଼ିଶା ପୋଲିସର ଗୁରୁତ୍ବପୂର୍ଣ୍ଣ ଖୁଲାସା । ପୋଲିସ ପକ୍ଷରୁ ନିଷ୍ଠାର ସହ ତଦନ୍ତ କରାଯାଇଛି । ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି କହିଲା ପୋଲିସ । ସମସ୍ତଙ୍କୁ ଅନୁରୋଧ, ଦୁଃଖଦ ମୁହୂର୍ତ୍ତରେ ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ ବୋଲି ଅପିଲ କରିଛି ଓଡିଶା ପୋଲିସ ।

ଆଜି ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ଓଡିଶା ପୋଲିସ ପକ୍ଷରୁ ନାବାଳିକା ପୋଡି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ନଥିବା କୁହାଯାଇଛି । 13 ଦିନର ଚିକିତ୍ସା ପରେ ଆଜି ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟିଛି । ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ପରେ ଓଡିଶା ଆସିବ ମରଶରୀର ।

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ଆମେ ଅତ୍ୟନ୍ତ ଦୁଃଖିତ । ଦୁଃଖଦ ମୁହୂର୍ତ୍ତରେ ସମ୍ବେଦନଶୀଳ ମନ୍ତବ୍ୟ ଦିଅନ୍ତୁ ନାହିଁ । ବଳଙ୍ଗା ପୀଡିତାଙ୍କ ଦିଲ୍ଲୀ ଏମ୍ସରେ ମୃତ୍ୟୁ ପରେ ଏଭଳି ଲେଖିଛି ଓଡିଶା ପୋଲିସ ।

ବଳଙ୍ଗା ପୀଡ଼ିତା ମୃତ୍ୟୁ ପ୍ରସଙ୍ଗ । ପୁରୀରେ ବିଜେଡ଼ିର ପ୍ରେସମିଟ । ପୀଡ଼ିତାଙ୍କ ପିରବାର ଲୋକଙ୍କୁ 2 କୋଟି ଟଙ୍କା କ୍ଷତି ପୂରଣ ଦାବି କଲା ବିଜେଡ଼ି । 7ଦିନ ଭିତରେ ଅଭିଯୁକ୍ତ ଙ୍କୁ ଗିରଫ କରାନଗଲେ ବିଜେଡ଼ିର ଆନ୍ଦୋଳନ ଚେତାବନୀ । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଛି ବିଜେଡି ।


0 Comments