ଭୁବନେଶ୍ୱର

-tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-size: 18px; font-family: __Noto_Sans_fba9a0, __Noto_Sans_Fallback_fba9a0;">: ଆଖି ବୁଜିଲେ ବଳଙ୍ଗା ନାବାଳିକା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ । ଟ୍ୱିଟ୍ କରି ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ହୋଇଥିଲେ ଏୟାରଲିଫ୍ଟ । 13 ଦିନ ଧରି ଜୀବନ ମରଣ ସହ ସଂଘର୍ଷ ପରେ ନାବାଳିକାଙ୍କ ମୃତ୍ୟୁ । ଗତ ଜୁଲାଇ 19 ତାରିଖରେ ନାବାଳିକାଙ୍କ ପୋଡି ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ପରେ ଜୁଲାଇ 20ରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ ହୋଇଥିଲେ । ଦିଲ୍ଲୀ ଏମ୍ସରେ ଚିକିତ୍ସା ସମୟରେ ପ୍ଲାଷ୍ଟିକ୍ ସର୍ଜରୀ ହୋଇଥିଲା । ଡାକ୍ତରୀ ଟିମ୍‌ର ସମସ୍ତ ଉଦ୍ୟମ ସତ୍ତ୍ବେ ଜୀବନ ହାରିଲେ । ସ୍ବତନ୍ତ୍ର ଡାକ୍ତରୀ ଟିମ ଦ୍ବାରା ଚାଲିଥିଲା ଚିକିତ୍ସା । ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ପରେ ଓଡିଶା ଆସିବ ମରଶରୀର ।

ବଳଙ୍ଗା ପୀଡ଼ିତାଙ୍କ ବିୟୋଗରେ ବିରୋଧୀ ଦଳ ନେତାଙ୍କ ଶୋକ । ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଲେ ନବୀନ ପଟ୍ଟନାୟକ । ଏପଟେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ରାଜ୍ୟପାଳ ଶୋକ ପ୍ରକାଶ କରି କହିଛନ୍ତି, "ବଳଙ୍ଗା ଘଟଣାର ପୀଡିତାଙ୍କ ମୃତ୍ୟୁରେ ମୁଁ ଗଭୀର ମର୍ମାହତ । ଦିଲ୍ଲୀ ଏମ୍ସ ଡାକ୍ତରଙ୍କ ପ୍ରୟାସ ସତ୍ତ୍ୱେ, ତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ । ଏହି କଷ୍ଟକର ସମୟରେ ଈଶ୍ୱର ପରିବାରକୁ ଅପାର ଶକ୍ତି ପ୍ରଦାନ କରନ୍ତୁ ।"

ପୀଡିତାଙ୍କ ଗାଁରେ ସୁରକ୍ଷା ବଢିଲା । ଘର ଆଗରେ ଓ ଗାଁ ପାଖରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆଇନଶୃଙ୍ଖଳା ଏବଂ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସୁରକ୍ଷା ବଢାଇ ଦିଆଯାଇଛି । ପୁରୀ ପୋଲିସ ପକ୍ଷରୁ ପୋଲିସ ମୁତୟନ କରାଯାଇଛି ।

0 Comments