ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଆଜି

ଇନ୍ଦିରା ଗାନ୍ଧିଙ୍କୁ ପଛରେ ପକାଇ ଦ୍ୱିତୀୟ ସର୍ବାଧିକ ସମୟ ଧରି ପ୍ରଧାନମନ୍ତ୍ରୀ ଥିବା ବ୍ୟକ୍ତି ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ତାଙ୍କ କାର୍ଯ୍ୟକାଳର 4,078 ଦିନ ପୂରଣ କରିଛନ୍ତି। ଇନ୍ଦିରା ଗାନ୍ଧି 24 ଜାନୁଆରୀ 1966ରୁ 24 ମାର୍ଚ୍ଚ 1977 ପର୍ଯ୍ୟନ୍ତ ଲଗାତାର 4,077 ଦିନ ପାଇଁ ପ୍ରଧାନମନ୍ତ୍ରୀ ଥିଲେ।

ଆଜି 25 ଜୁଲାଇରେ ନରେନ୍ଦ୍ର ମୋଦି ଦେଶର ଦ୍ୱିତୀୟ ସର୍ବାଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ ପଦରେ ରହିଥିବା ନେତା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ଏପର୍ଯ୍ୟନ୍ତ ଜବାହରଲାଲ ନେହରୁ ସର୍ବାଧିକ ସମୟ ପାଇଁ (16 ବର୍ଷ 286 ଦିନ) ପ୍ରଧାନମନ୍ତ୍ରୀ ହେବାର ରେକର୍ଡ ରଖିଛନ୍ତି। ଅର୍ଥାତ୍ ନେହରୁଙ୍କୁ ମୋଟ୍ 6130 ଦିନ କାର୍ଯ୍ୟକାଳଠାରୁ ମୋଦି ଆଉ 2048 ଦିନ ପଛରେ ଅଛନ୍ତି। 1947 ମସିହାରେ ସ୍ୱାଧୀନତା ପରେ ଜନ୍ମିତ ଅଣ-ହିନ୍ଦୀ ରାଜ୍ୟର ପ୍ରଥମ ସର୍ବାଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ ପଦରେ ରହିଥିବା ବ୍ୟକ୍ତି ହୋଇଛନ୍ତି ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ତାଙ୍କ କାର୍ଯ୍ୟକାଳର 4078 ଦିନ ପୂରଣ କରିବେ। ଇନ୍ଦିରା ଗାନ୍ଧି 24 ଜାନୁଆରୀ 1966 ରୁ 24 ମାର୍ଚ୍ଚ 1977 ପର୍ଯ୍ୟନ୍ତ ଲଗାତାର 4077 ଦିନ ପାଇଁ ପ୍ରଧାନମନ୍ତ୍ରୀ ଥିଲେ। ଯଦି ଆମେ ରାଜ୍ୟ ଏବଂ କେନ୍ଦ୍ରରେ ସରକାରର ନେତୃତ୍ୱ ନେବା ବିଷୟରେ କଥା ହେବା, ତେବେ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ନରେନ୍ଦ୍ର ମୋଦିଙ୍କ ରେକର୍ଡ ରହିଛି। ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବରେ 24 ବର୍ଷ ଧରି ସରକାରର ନେତୃତ୍ୱ ନେଇଛନ୍ତି।

0 Comments