ବୌଦ୍ଧ: ଜିଲ୍ଲାର ସ୍ବତନ୍ତ୍ର ଫ୍ଲାଇଂ ସ୍କ୍ବାଡ ହାତରେ ଲାଗିଲା ବିଜେଡି ନେତ୍ରୀଙ୍କ ଲକ୍ଷ ଲକ୍ଷ ଟଙ୍କା । ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଉ ମାତ୍ର ୬ଦିନ ଥିବା ବେଳେ ବିଜେଡି ନେତ୍ରୀଙ୍କ ଏହି ପୁଳା ପୁଳା ଟଙ୍କା ନିର୍ବାଚନରେ ବ୍ୟବହାର ପାଇଁ ଆସୁଥିବା ଚର୍ଚ୍ଚା ହେଉଛି । ସେପଟେ ଏନେଇ ସ୍ଥାନୀୟ ପୋଲିସ ଉକ୍ତ ବିଜେଡି ନେତ୍ରୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି । ରାତି ଅଧିଆ କାରରେ ଏହି ଟଙ୍କା ନିଆଯାଉଥିବା ବେଳେ ଧରିଥିଲା ଫ୍ଲାଇଁ ସ୍କାଡ ।

କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଆସନ୍ତା କୋଡ଼ିଏ ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରାଯିବା ସହିତ ଜିଲ୍ଲାର ସୀମାରେ ଚେକିଂ ଓ ବ୍ଲକିଂକୁ କଡାକଡି କରାଯାଇଛି । ଏହା ଛଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଫ୍ଲାଇଂ ସ୍କ୍ବାଡ ତାର ଚଢାଉ ଜାରି ରଖିଛି । ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଅଭିଯାନ ଜୋରଦାର କରିଥିବା ବେଳେ ସୋମବାର ପ୍ରଥମ ଥର ପାଇଁ ଫ୍ଲାଇଂ ସ୍କ୍ବାଡ ହାତରେ ବିଜେଡି ଦଳର ବିପୁଳ ଟଙ୍କା ଧରା ପଡ଼ିଛି ।

-tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; --tw-contain-size: ; --tw-contain-layout: ; --tw-contain-paint: ; --tw-contain-style: ; margin: 0px 0px 20px; float: left; clear: both; font-size: 17px; line-height: 24px; width: 360px; font-family: __Noto_Sans_4cce57, __Noto_Sans_Fallback_4cce57;">ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅଞ୍ଚଳରେ ଫ୍ଲାଇଂ ସ୍କ୍ବାଡ ଏକ କଳା ରଙ୍ଗର ଦାମି କାରକୁ ଅଟକ ରଖି ଯାଞ୍ଚ କରିବା ସମୟରେ ଉକ୍ତ କାରରେ ଥିବା ଜଣେ ବିଜେଡି ମହିଳା ନେତ୍ରୀଙ୍କଠାରୁ ପୁଳା ପୁଳା ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି । ଉକ୍ତ ବିଜେଡି ନେତ୍ରୀ ଜଣକ ରାଜ୍ୟ ବିଜେଡି ଦଳର ଉପସଭାନେତ୍ରୀ ଅପୂର୍ବା ଅପରୂପା ବୋଲି ସୂଚନା ମିଳିଛି । ତେବେ ଏତେ ପରିମାଣରେ ଟଙ୍କା ନେଇ ସେ କାହିଁକି ନିର୍ବାଚନ ସମୟରେ ବୌଦ୍ଧ ଜିଲ୍ଲାକୁ ଆସିଥିଲେ ସେ ସମ୍ପର୍କରେ କୈାଣସି ସୂଚନା ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ପୁରୁଣା କଟକ ପୋଲିସ କାରର ଡ୍ରାଇଭର ସମେତ ଅପୂର୍ବା ଅପରୂପାଙ୍କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ।

 

କାରରୁ ପ୍ରାୟ ୧୨ଲକ୍ଷ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି । ଗତକାଲି ସଂଧ୍ୟାରେ ଅପୂର୍ବା ଅପରୂପା ବାଉଁଶୁଣୀଠାରେ ବିଜେଡି ଦଳର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ । ଜିଲ୍ଲାରେ ପ୍ରଥମ ଥର ପାଇଁ ନିର୍ବାଚନ ସମୟରେ ଏତେ ପରିମାଣରେ ଟଙ୍କା ଜବତ କରାଯାଇଥିବା ବେଳେ ଏହାକୁ ନେଇ ପୁରୁଣା କଟକ ଥାନା ଅଞ୍ଚଳରେ ବିଜେପି ନେତା ଓ କର୍ମୀମାନେ ପହଞ୍ଚି ଏହାର ତୀବ୍ର ବିରୋଧ କରିଥିଲେ । ଯୁବ ଭୋଟରମାନେ ମଧ୍ୟ ନିର୍ବାଚନ ସମୟରେ ଏଭଳି ଅର୍ଥନୈତିକ କାରବାରକୁ ତୀବ୍ର ନିନ୍ଦା କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ବିଜେଡି ଦଳର ସଭାପତି ମହୀଧର ରଣାଙ୍କୁ ପ୍ରଶ୍ନ ପଚାରିବାରୁ ସେ ଏନେଇ କିଛି ଜାଣିନଥିବା ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

0 Comments