ବୌଦ୍ଧ: ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା । ଏକକାଳୀନ ୯ ଜଣ ମାଓବାଦୀ ପୋଲିସ ଆଇଜିଙ୍କ ଉପସ୍ଥିତିରେ କରିଛନ୍ତି ଆତ୍ମସମର୍ପଣ । କେକେବିଏନ ମାଓ ଡିଭିଜନର ଏହି ମାଓବାଦୀ ମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ୨ ମହିଳା ମାଓବାଦୀ । ସମସ୍ତ ୯ ଜଣ ମାଓବାଦୀ ଛତିଶଗଡର ମୁଲେରା ଅଞ୍ଚଳର ଅଧିବାସୀ ବୋଲି ଜଣାପଡିଛି । ସେମାନେ ସୁକମା ଜିଲ୍ଲାରେ ମାଓ ଗତିବିଧିରେ ସମ୍ପୃକ୍ତ ଥିବା ନେଇ ଏହି ଆତ୍ମସମର୍ପଣ କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ ପଙ୍କଜ ଓ ଏସପି

ରାଜପ୍ରସାଦ ଉପସ୍ଥିତ ଥିଲେ । ଆଜି ନ ଜଣ ମାଓବାଦୀଙ୍କୁ ଆତ୍ମସମର୍ପଣ ପରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଆତ୍ମସମର୍ପଣ କରିଥିବା ମାଓବାଦୀ କହିଛନ୍ତି ଯେ,ବୌଦ୍ଧ ଜିଲ୍ଲାର ଭୌଗୋଳିକ ସ୍ଥିତି ତଥା ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷର ଲିଙ୍କ ଯୋଗୁଁ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ସଙ୍ଗଠନ କାୟା ବିସ୍ତାର କରିବାରେ ସଫଳତା ପାଇଥିଲା । ସଙ୍ଗଠନରେ ମହିଳା କ୍ୟାଡରମାନଙ୍କୁ ଶାରୀରିକ ଶୋଷଣ କରାଯିବା ସହ ଲୋକଙ୍କ ଠାରୁ ଲୁଟ, ଅବୈଧ ଗଞ୍ଜେଇ ଚାଷ ଭଳି କାର୍ଯ୍ୟକୁ ପ୍ରୋତ୍ସାହିତ କରାଯାଉଥିଲା । ଏହା ସହିତ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଫଳରେ ବାଧ୍ୟ ହୋଇ ଆତ୍ମସମର୍ପଣ କରିଥିବା କଥା ଆତ୍ମସମର୍ପଣ କରିଥିବା ମାଓବାଦୀ କହିଛନ୍ତି ।

ଆତ୍ମସମର୍ପଣ କରିଥିବା ୨ ମହିଳା ମାଓବାଦୀଙ୍କ ନାଁ ହେଉଛି ଯୋଗୀ ମାଧବୀ ଓ ପୋଜି ମାଡବୀ । ଅନ୍ୟ ପୁରୁଷ ମାଓବାଦୀ ମାନଙ୍କ ନାଁ ଭୀମା କାଡଗୀ, ଭୀମା ବଞ୍ଜାମ, ବାଣ୍ଡି ବଞ୍ଜାମ, ଆରାମା ରାୱା, ମାଲା ମାଧବୀ, ଦେବା କାଡଜୀ ଓ ଆଇଟା ମାଝୀ ବୋଲି ଜଣାପଡିଛି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବାରୁ ସେମାନଙ୍କୁ ସ୍ବାଗତ ଜଣାଇଛନ୍ତି ଆଇଜି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ମାଓ ଗତିବିଧି ସକ୍ରିୟ ରହିଛି । ବିଶେଷ ଭାବରେ ଘଣ୍ଟାପଡା, କଣ୍ଟାମାଳ ଓ ମନମୁଣ୍ଡା ଥାନା ଅନ୍ତର୍ଗତ ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ କେକେବିଏନ ମାଓ ଡିଭିଜନ ସକ୍ରିୟ ଥିବା ବେଳେ ବିଗତ କିଛି ମାସ ମଧ୍ୟରେ ସୁରକ୍ଷା ବାହିନୀ ସହିତ ମାଓବାଦୀଙ୍କ ପାଞ୍ଚ ଥର ମୁହାଁମୁହିଁ ଫାୟାରିଙ୍ଗ ହୋଇଥିଲା ।

ଗତ ଏପ୍ରିଲ ମାସରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ପାଢେଲ ଡ଼୍ୟାମ ନିକଟରେ ଥିବା ଜଙ୍ଗଲ ଅଞ୍ଚଳରେ ଗତକାଲି ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେଠାରେ ଥିବା ପ୍ରାୟ ଚାଳିଶରୁ ଊର୍ଦ୍ଧ୍ବ ମାଓବାଦୀ ଛତ୍ରଭଙ୍ଗ ଦେଇଥିବାବେଳେ ସୁରକ୍ଷା କର୍ମୀଙ୍କ କୁମ୍ବିଂ ଅପରେସନରେ ଦୁଇ ଜଣ ହାର୍ଡକୋର ମାଓବାଦୀଙ୍କ ମୃତଦେହ ଜବତ କରାଯାଇଥିଲା । ମୃତ ଉଭୟ ମାଓବାଦୀ ଛତିଶଗଡ଼ର ହୋଇଥିବାବେଳେ ଉକ୍ତ ଅଞ୍ଚଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରାଯାଇଥିଲା ।

0 Comments