ବୌଦ୍ଧ: ଭୁଶୁଡିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଅଡେଣିଗଡ଼ ନିକଟରେ ନିର୍ମାଣଧିନ ଟନେଲ । 4 ନମ୍ବର ଟନେଲର ଭାଙ୍ଗି ଥିବା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି । ଅବିଶ୍ରାନ୍ତ ବର୍ଷା ଫଳରେ ଏହି ଟନେଲ ଭୁଶୁଡି ଥିବା କୁ
ାଯାଇଛି । ଏଥିରେ କାହାର କିଛି କ୍ଷତି ହୋଇନଥିବା ରେଳବାଇ ସ୍ପଷ୍ଟ କରିଛି ।
ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଅଡେଣିଗଡ଼ ନିକଟରେ ନିର୍ମାଣଧିନ ଦୀର୍ଘତମ ଟନେଲ । ପ୍ରବଳ ବର୍ଷା କାରଣରୁ 4 ନମ୍ବର ଟନେଲ ଭୁଶୁଡି ଥିବାବେଳେ ୩୦ ମିଟର ଗର୍ତ୍ତ ସୃଷ୍ଟି ହୋଇଛି । ୪ କିମି ଦୂରତା ବିଶିଷ୍ଟ ଓଡ଼ିଶାର ସର୍ବ ବୃହତ୍ତମ ରେଳ ଟନେଲ । ଟନେଲ କାମ ହାତକୁ ନେଇଛି ଏକ ଠିକା ସଂସ୍ଥା ।
ଟନେଲ ଭୁଶୁଡିବା ଖବର ଉପରେ ସ୍ପଷ୍ଟୀକରଣ ରଖିଛି ପୂର୍ବତଟ ରେଳବାଇ । ଏନେଇ ରେଳବାଇ ପକ୍ଷରୁ କୁହାଯାଇଛି କି, ଖୋର୍ଦ୍ଧା-ବଲାଙ୍ଗୀର ନିର୍ମାଣାଧୀନ ରେଳ ଟନେଲ୍ 4ରେ ୩୦ ମିଟର ଦୀର୍ଘ ଗର୍ତ୍ତ ସୃଷ୍ଟି ହୋଇଛି । ଏହି ଅଞ୍ଚଳରେ ନିରନ୍ତର ଭାବରେ ବର୍ଷା ଯୋଗୁଁ ଏଭଳି ଘଟିଛି । ଯାହା କୌଣସି ଟନେଲରେ କାମ କରୁଥିବା ଶ୍ରମିକ କିମ୍ବା କୌଣସି ଯନ୍ତ୍ରପାତି ଉପରେ କୌଣସି ପ୍ରଭାବ ପଡ଼ିନାହିଁ । ଯାହା ଫଳରେ ଏହି ଘଟଣା ପ୍ରକଳ୍ପର ଅଗ୍ରଗତିକୁ କୌଣସି ପ୍ରଭାବିତ କରିବ ନାହିଁ । ଯେହେତୁ ଆଗକୁ ବର୍ଷା ରହିଛି ତେଣୁ ଏନେଇ ସମସ୍ତ ପ୍ରକାରର ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ।
ଗତ କିଛି ଦିନ ତଳେ ରେଳ ବିଭାଗର ବରିଷ୍ଠ ଅଧିକାରୀ ଏସବୁ ଅଞ୍ଚଳ ପରିଦର୍ଶନ କରିଥିଲେ । ତେବେ ଏହି ରେକପଥ ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା କାର୍ଯ୍ୟ ଶୈଳୀ ତଥା ନିମ୍ନ ମାନର କାମକୁ ନେଇ ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଥିଲେ । ତେବେ ଏହି ଅଘଟଣରେ କୌଣସି ଶ୍ରମିକଙ୍କ ଧନ ଜୀବନ କ୍ଷତି ହୋଇନଥିବା ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ସୂଚନା ଦେଇଛନ୍ତି । ଏଭଳି ଅଘଟଣ କିଭଳି ଓ କେଉଁ ପରିସ୍ଥିତିରେ ହେଲା ସେନେଇ ମଧ୍ୟ ତଦନ୍ତ ହେବ ବୋଲି ସୂଚନା ମିଳିଛି ।