ବୌଦ୍ଧ: ଖାକିରେ ଥାଇ ଲୋକଙ୍କୁ ଠକୁଥିଲେ । ଋଣ କରାଇବା ନାଁରେ ଶହ ଶହ ଲୋକଙ୍କୁ ଠକିବା ଅଭିଯୋଗରେ ବୌଦ୍ଧ ପୋଲିସ ଷ୍ଟେସନରେ କାର୍ଯ୍ୟରତ କନେଷ୍ଟବଳଙ୍କୁ ବାନ୍ଧିଲା ପୋଲିସ । ଜଣେ ହୋମଗାର୍ଡଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏଥିସହ ଚାକିରିରୁ ନିଲମ୍ବନ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୌଦ୍ଧ ଏସପି ରାହୁଲ ଗୋଏଲ ।

h: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ଏସପି ରାହୁଲ ଗୋଏଲ କହିଛନ୍ତି, ‘ଗତ 15ରେ ଜଣେ ହୋମଗାର୍ଡ ଅଭିଯୋଗ କରିଥିଲେ । ଲୋନ କରେଇ ଦେବା ନାଁରେ ବୌଦ୍ଧ ପୋଲିସରେ କାର୍ଯ୍ୟରତ ଜଣେ କନେଷ୍ଟବଳ ତାଙ୍କ ଏଟିଏମ କାର୍ଡ ନେଇ ଟଙ୍କା ଉଠାଇ ଥିଲେ । ଏସବୁ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏସବୁ କାର୍ଯ୍ୟ ବେଆଇନ । ପୋଲିସ ଚାକିରିରେ ରହି ସୁଧ କାରବାର, ଲୋକଙ୍କୁ ଠକିବା ବେଆଇନ କାର୍ଯ୍ୟ ।’

ବିଭିନ୍ନ ବ୍ୟାଙ୍କରୁ ଋଣ କରାଇଦେବା ନାଁରେ ଲୁଟୁଥିଲେ ଟଙ୍କା । ଆଉ ଯାହାର ଋଣ ମଞ୍ଜୁର କିମ୍ବା ସୁଧ ଆକାରରେ ଆବଶ୍ୟକ ହେଉଥିଲା ତାହେଲେ ଉକ୍ତ ବ୍ୟକ୍ତିଙ୍କ ପାସବୁକ, ଏଟିଏମ କାର୍ଡ, ସୁନା, ଚେକ ବୁକ, ଜମିବାଡ଼ି ଆଦିକୁ ବନ୍ଧକ ରଖୁଥିଲେ । ଏନେଇ ଜଣେ ହୋମଗାର୍ଡ ଟଙ୍କା ଠକେଇର ଶିକାର ହେବା ପରେ ଥାନାରେ ଗତ ଜୁନ 15ରେ ଅଭିଯୋଗ କରିଥିଲେ । ସୂଚନା ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଉକ୍ତ କନେଷ୍ଟବଳଙ୍କ ଘରେ ରେଡ ପରେ ଏଭଳି ଘଟଣା ସମ୍ପର୍କରେ ଜଣାପଡିଥିଲା ।

ବୌଦ୍ଧ ପୋଲିସ ଏସପି ରାହୁଲ ଗୋଏଲ ଏ ସମ୍ପର୍କରେ ସୂଚନା ପାଇବା ପରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଗତ ରବିବାର ସନ୍ଧ୍ୟାରେ ବୌଦ୍ଧ ସହରର ପୋଡାପଡା ସ୍ଥିତ କନେଷ୍ଟବଳଙ୍କ ଘରେ ରେଡ କରିଥିଲେ । ତାଙ୍କ ବାସ ଭବନରୁ ଏକକାଳୀନ 60 ଗୋଟି ପାସବୁକ, 43 ଗୋଟି ଏଟିଏମ, 29ଟି ଚେକବୁକ, 209ଟି ଦସ୍ତଖତ ଥିବା ବ୍ଲାଙ୍କ ଚେକବୁକ, 11 ଗୋଟି ସେଲ ଡିଡ଼୍‌, ନଗଦ ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସହ ପ୍ରାୟ ଦେଢ଼ ଶହ ଗ୍ରାମ ସୁନା ରୁପା ଜବତ କରାଯାଇଥିଲା ।

ଅଭିଯୁକ୍ତ କନେଷ୍ଟବଳଙ୍କୁ ଏସପି ନିଲମ୍ବିତ କରିବା ସହ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

0 Comments