କେନ୍ଦୁଝର-ଜିଲ୍ଲା ଓକିଲ ସଂଘର ବରିଷ୍ଠ ସଦସ୍ୟ ଦିଲ୍ଲୀରଞ୍ଜନ ସେଠୀଙ୍କ ବୁଧବାର ପରଲୋକ ଘଟିଛି । ୫୬ ବର୍ଷ ବୟସରେ ତାଙ୍କର ଆକସ୍ମିକ ପରଲୋକ ଜିଲ୍ଲା ଓକିଲ ସଂଘରେ ଶୋକର ଛାୟା ଖେଳାଇ ଦେଇଛି। ଶେଷ ନିଶ୍ଵାସ ତ୍ୟାଗ ପର୍ଯ୍ୟନ୍ତ ସେ ପୋଷାରେ ବେଶ ସକ୍ରିୟ ଥିଲେ । ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିକିସ୍ଥା ପାଇଁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ମୃତଦେହକୁ ଶେଷ ସମ୍ମାନ ଜଣାଇବାକୁ ଜିଲ୍ଲା ଅଦାଲତ ପରିସରକୁ ଅଣାଯାଇଥିଲା। ଜିଲ୍ଲା ଜଜ ସହିତ ସମସ୍ତ ବିଚାରପତି ଓ ସ

କର୍ମୀ ଓକିଲ ମାନେ ସ୍ପର୍ଗତ ସେଠୀଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଜଣେ ସରଳ, ମିଷ୍ଟ ଭାଷୀ, ଅମାୟିକ ତଥା ପେଷାକୁ ନିଷ୍ଠାର ସହିତ ପାଳନ କରିବାରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସାନ ଭାଇ ଆଇନଜୀବୀ ଦିବ୍ୟରଞ୍ଜନ ବଡ଼ ଭାଇର ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନିଜ ଗ୍ରାମ ସାହାରପଡ଼ା ବ୍ଲକ ବେଗନା ଗ୍ରାମକୁନେଇଛନ୍ତି। ସେଠାରେ ପବିତ୍ର ବୈତରଣୀ କୂଳରେ ତାଙ୍କର ଶେଷକୃତ୍ୟ ହୋଇଥିବା ସୂଚନା ମିଳିଛି । ଜଣେ ଦକ୍ଷ ଆଇନଜୀବୀଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

0 Comments