ଭୁବନେଶ୍ବର: ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି । ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପିଲା ଫେଲ୍‌ ହେଲେ ପୁଣି ପରୀକ୍ଷା ପାଇଁ ସୁଯୋଗ । 2 ମାସ ମଧ୍ୟରେ ପୁନଃ ପରୀକ୍ଷା ପାଇଁ ସୁଯୋଗ ଦେବେ ସ୍କୁଲ କର୍ତ୍ତୃପକ୍ଷ । ଯଦି ପାସ୍‌ କଲେ ଉତ୍ତୀର୍ଣ୍ଣ, ଫେଲ୍‌ ହେଲେ ଉକ୍ତ ଶ୍ରେଣୀରେ ହିଁ ପଢ଼ିବେ । ପ୍ରାଥମିକ ଶିକ୍ଷା ଶେଷ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍‌ରୁ ବହିଷ୍କାର କରାଯାଇ ପାରିବନି ।2024 ଡିସେମ୍ବର ମାସରେ ନୋ ଡିଟେନସନ ପଲିସିକୁ ଉଚ୍ଛେଦ କରିଥିଲେ କେନ୍ଦ୍ର ସରକା

ଶିକ୍ଷା ଅଧିକାର ଆଇନ’ରେ ବଡ ପରିବର୍ତ୍ତନ ଆଣିଥିଲେ କେନ୍ଦ୍ର ସରକାର । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନୋ ଡିଟେନସନ ପଲିସି (No Detention Policy)କୁ ଉଚ୍ଛେଦ କରାଯାଜିଥିଲା । ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ଫେଲ୍‌ ହେଲେ ଛାତ୍ରଛାତ୍ରୀଙ୍କୁ ଉପର କ୍ଲାସକୁ ପଦୋନ୍ନତି କରାଯିବ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଅସଫଳ ଛାତ୍ରଛାତ୍ରୀଙ୍କୁ ୨ ମାସ ମଧ୍ୟରେ ଆଉ ଏକ ପରୀକ୍ଷା ଦେବାକୁ ପଡିବାର ମଧ୍ୟ ଯୋଜନା କରାଯାଇଥିଲା । ଯଦି ସେଥିରେ ସେମାନେ ପାସ୍ କରନ୍ତି ତେବେ ଉପର କ୍ଲାସକୁ ଯାଇପାରିବେ । କିନ୍ତୁ ଫେଲ ହେଲେ ସେହି କ୍ଲାସରେ ରହି ପୁଣି ଥରେ ପଢିବାକୁ ପଡିବ । ତେବେ କେନ୍ଦ୍ର ସରକାରଙ୍କ ଏହି ନୀତିକୁ ନେଇ ରାଜ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା । ଏହି ନୀତିକୁ ନେଇ ରାଜ୍ୟ ସରକାର ଚିନ୍ତା କରିଥିଲେ। ଆଜି ଏହି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ସଂଶୋଧନ କରାଯାଇଛି ।

ନୋ-ଡିଟେନସନ ପଲିସି' ହେଉଛି ବିଶେଷ ଭାବରେ ଶିକ୍ଷାଗତ ଅଧିକାର ଅଧିନିୟମ- 2009 ଅଧିନରେ ଥିବା 'ନୋ -ଡିଟେନସନ ପଲିସି' ଅନୁଯାୟୀ, ରାଜ୍ୟରେ ଗୁଡିକରେ ଥିବା ପ୍ରାଥମିକ ବିଦ୍ୟାଳୟ ଅର୍ଥାତ (ପ୍ରଥମରୁ ଅଷ୍ଟମ ଶ୍ରେଣୀ) ପର୍ଯ୍ୟନ୍ତ ଶିକ୍ଷା ନ ସରିବା ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀଙ୍କୁ ଫେଲ୍‌ କରାଯିବ ନାହିଁ। ଏହା ସହିତ ବିଦ୍ୟାଳୟରୁ ମଧ୍ୟ କୌଣସି ଛାତ୍ର ଛାତ୍ରୀଙ୍କୁ ବାହାର କରାଯିବ ନାହିଁ। ଯାହାଫଳରେ କି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲା ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ପୂର୍ବ ବର୍ଷ ଡିସେମ୍ବର ମାସରେ ଏହି ନିୟମକୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ। ଏହି ଦୁଇଟି ଶ୍ରେଣୀରେ ପରୀକ୍ଷାରେ ପାସ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା।

ତେବେ ନୂଆ ନୀତିର ଉଦେଶ୍ୟ ଥିଲା ଯେ, ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ମଜଭୁତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ନୀତିର ଉଦ୍ଦେଶ୍ୟ ଛାତ୍ରଛାତ୍ରୀମାନଙ୍କୁ ଶିଖିବାର କ୍ଷମତାକୁ ଆହୁର ଦୃଢ କରିବା ସହିତ ଶିକ୍ଷା ଗ୍ରହଣ ବ୍ୟବସ୍ଥାରେ ସୁଧାର ଆଣିବା ଏହାର ମୁଖ୍ୟ ଲକ୍ଷ୍ୟ ଅଟେ ।

0 Comments