ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ଯକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଜାତି ଜନଗଣନା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ବୈଷ୍ଣବ କହିଥିଲେ ଯେ, ଜାତି ଜନଗଣନା ସମ୍ପର୍କରେ କ୍ୟାବିନେଟ୍ ଏକ ବଡ଼ ନିଷ୍ପତ୍ତି ନେଇଛ

ି। ରାଜନୈତିକ ବ୍ୟାପାର ସମ୍ପର୍କୀତ କ୍ୟାବିନେଟ କମିଟି ଆଜି ନିଷ୍ପତ୍ତି ନେଇଛି ଯେ, ଆଗାମୀ ଜନଗଣନାରେ ଜାତି ଗଣନାକୁ ଅନ୍ତର୍ଭୁକ୍ତ କରାଯିବା ଉଚିତ।"

ଜାତୀୟ ଜନଗଣନାରେ ଜାତି ଜନଗଣନାକୁ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, "କଂଗ୍ରେସ ସରକାରଗୁଡ଼ିକ ସର୍ବଦା ଜାତି ଜନଗଣନାକୁ ବିରୋଧ କରିଆସିଛନ୍ତି। 2010 ମସିହାରେ, ସ୍ୱର୍ଗତ ଡକ୍ଟର ମନମୋହନ ସିଂହ କହିଥିଲେ ଯେ, କ୍ୟାବିନେଟରେ ଜାତି ଜନଗଣନା ବିଷୟ ଉପରେ ବିଚାର କରାଯିବା ଉଚିତ। ଏହି ବିଷୟ ଉପରେ ବିଚାର କରିବା ପାଇଁ ମନ୍ତ୍ରୀମାନଙ୍କର ଏକ ଗୋଷ୍ଠୀ ଗଠନ କରାଯାଇଥିଲା। ଅଧିକାଂଶ ରାଜନୈତିକ ଦଳ ଜାତି ଜନଗଣନାକୁ ସୁପାରିଶ କରିଛନ୍ତି। ଏହାସତ୍ତ୍ୱେ କଂଗ୍ରେସ ସରକାର ଏକ ଜାତି ସର୍ଭେ କିମ୍ବା ଜାତି ଜନଗଣନା କରିବାକୁ ନିଷ୍ପତ୍ତି ନେଇନଥିଲେ।"

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହା ଭଲ ଭାବେ ବୁଝାଯାଇପାରିବ ଯେ, କଂଗ୍ରେସ ଏବଂ ଏହାର ସହଯୋଗୀମାନେ ଜାତିଗତ ଜନଗଣନାକୁ କେବଳ ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରିଛନ୍ତି। କିଛି ରାଜ୍ୟ ଜାତି ଗଣନା ପାଇଁ ସର୍ଭେ କରିଛନ୍ତି, ଯେତେବେଳେ କି ଆଉ କିଛି ରାଜ୍ୟ କେବଳ ରାଜନୈତିକ ଦୃଷ୍ଟିକୋଣରୁ ଅସ୍ୱଚ୍ଛ ଭାବେ ଏପରି ସର୍ଭେ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏପରି ସର୍ଭେ ସମାଜରେ ସନ୍ଦେହ ସୃଷ୍ଟି କରିଛି। ରାଜନୀତି ଦ୍ୱାରା ଆମର ସାମାଜିକ ଗଠନକୁ ନଷ୍ଟ ନ କରିବା ପାଇଁ, ସର୍ଭେ ପରିବର୍ତ୍ତେ ଜାତି ଗଣନାକୁ ଜନଗଣନାରେ ଅନ୍ତର୍ଭୁକ୍ତ କରାଯିବା ଉଚିତ।

ଦେଶରେ ପ୍ରତ୍ୟେକ 10 ବର୍ଷରେ ଥରେ ଜନଗଣନା ହୋଇଥାଏ। ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ 1951ରେ ଦେଶରେ ଜନ ଗଣନା ହୋଇଥିଲା। କିନ୍ତୁ ବର୍ତ୍ତମାନ ଯାଏଁ ଜାତିଗତ ଗଣନା ହୋଇନାହିଁ। ଦେଶର ପ୍ରତ୍ୟେକ ନାଗରିକଙ୍କର ସାମାଜିକ ଆର୍ଥିକ ସ୍ଥିତିକୁ ଆକଳନ କରି ଜନଗଣନା ହୋଇଥାଏ। 2011ରେ ଶେଷ ଥର ପାଇଁ ହୋଇଥିଲା ଜନଗଣନା।

0 Comments