mily: __Noto_Sans_fba9a0, __Noto_Sans_Fallback_fba9a0; font-size: 20px;">ଗତ କିଛି ମାସ ତଳେ ନେପାଳୀ ଛାତ୍ରୀ ଜୀବନ ହାରିବା ଘଟଣାକୁ ନେଇ କିଟ୍ ବିଶ୍ବ ବିଦ୍ୟାଳୟ ବିବାଦରେ ଛନ୍ଦି ହୋଇଥିବା ବେଳେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଆଜି(ଗୁରୁବାର) ଜଣେ ନେପାଳୀ ଛାତ୍ରୀଙ୍କ ମୃତଦେହ ହଷ୍ଟେଲରୁ ଉଦ୍ଧାର କରାଯାଇଛି । ତାଙ୍କ ଘର ନେପାଳର ମୀରଗଞ୍ଜ ଅଞ୍ଚଳର ହୋଇଥିବା ବେଳେ ସେ କମ୍ପୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ରୀ ଥିଲେ ।
କିଟ୍ ବିଶ୍ବବିଦ୍ୟାଳୟର ରାଣୀ କ୍ୟାମ୍ପସ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ହଷ୍ଟେଲ କର୍ତ୍ତୃପକ୍ଷ । ଘଟଣାର ସମ୍ବେଦନତା ଦୃଷ୍ଟିରୁ କ୍ୟାମ୍ପସ ଭିତରକୁ କାହାରିକୁ ଛଡ଼ା ଯାଉନାହିଁ । କ୍ୟାମ୍ପସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଖବର ପାଇ ଇନଫୋସିଟି ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ଘଟଣାର ଗୁରୁତ୍ବ ଦେଖି ସେଠାକାର ଜୋନାଲ ଏସିପି ଲେଡି ଆଇପିଏସ ସୋନାଲି ପରମାର ସିଂଙ୍କ ସହ ଭୁବନେଶ୍ୱର ଡିସିପି ଓ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ମଧ୍ୟ ପହଞ୍ଚିଛନ୍ତି । ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରାଯାଇଛି ।
ମୃତ ନେପାଳୀ ଛାତ୍ରୀ କମ୍ପୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ରୀ ଥିଲେ । ନିକଟରେ ବିଟେକ ଆଡ଼ମିଶନ ନେଇଥିଲେ । କିଏ ଥିଲେ ହଷ୍ଟେଲ ଚାର୍ଜରେ ଓ କେଉଁ ପିଲାଙ୍କୁ ହଷ୍ଟେଲରେ ଥିଲେ ସେନେଇ ମଧ୍ୟ ପୋଲିସ ସମସ୍ତ ଦିଗକୁ ନେଇ ପଚରା କରୁଛି ।