ଭୁବନେଶ୍ବର: ଅକ୍ଷୟ ତୃତୀୟାରେ ଚାଷୀଙ୍କ ସମର୍ଥନ ପାଇଁ ଆରମ୍ଭ ହେଲା ପ୍ରତିଯୋଗିତା । ଚାଷୀଙ୍କୁ ସିଏମ କିଷାନ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପଟେ ଚାଷୀଙ୍କ ହକ ପାଇଁ ଲଢେଇ କରିବାକୁ କଂଗ୍ରେସର ସଜବାଜ। ଆଜି ପବିତ୍ର ଅକ୍ଷୟ ତୃତୀୟାରେ ରାଜ୍ୟସ୍ତରୀୟ କୃଷି ଉତ୍ସବରେ ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କୁ ସିଏମ କିଷାନ ଯୋଜନାରେ ପ୍ରତ୍ୟକ ଚାଷୀକୁ ୨ ହଜାର ଟଙ୍କା ଲେଖାଏଁ ବାଣ୍ଟିଛନ୍ତି। ସେପଟେ ରାଜ୍ୟରେ ଚାଷୀ ଅବହେଳାକୁ ବଡ଼ ପ୍ରସଙ୍ଗ କରି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବାକୁ ଯୋଜନା କରିଛି ପ୍ରଦେଶ କଂଗ୍ରେସ। ପୂର୍ବରୁ ଥିବା ବିଜେଡି ସରକାର ଆଉ ଏବେ ବିଜେପି ସରକାରର ଚାଷୀ ମାରଣ ନୀତିକୁ ବିରୋଧ କରି ଜନ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ଯାହାକୁ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଲା ପରେ ଆଜିଠୁ ଚାଷୀଙ୍କ ହକ ପାଇଁ ବାହାରିଛି କଂଗ୍ରେସ।

ଖୋର୍ଦ୍ଧା ଜିଲ୍ଲା ଭୁ

ବନେଶ୍ୱର ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗ୍ରାମପଞ୍ଚାୟତର କଲ୍ୟାଣପୁର ଠାରେ ରାଜ୍ୟସ୍ତରୀୟ ଅକ୍ଷିମୁଠି ଅନୁକୂଳ ଉତ୍ସବରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାରମ୍ପରିକ ରୀତିରେ କ୍ଷେତରେ ଭୂମିପୂଜା କରିବା ସହିତ ଅକ୍ଷିମୁଠି ଅନୁକୂଳର ଶୁଭାରମ୍ଭ କରିଥିଲେ । ରାଜ୍ୟ ସରକାର ଚାଷୀଙ୍କୁ ନ୍ୟାୟ ଦେବା ଏବଂ ସେମାନଙ୍କର ହକ୍ ପୂରଣ କରିବା ପାଇଁ କଂଗ୍ରେସ ଦାବି କରୁଛି । ଆଗାମୀ ଦିନରେ ଚାଷୀର ସୁରକ୍ଷାକୁ ବଡ଼ ଆୟୁଧ କରି ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବ କଂଗ୍ରେସ । ସରକାର ଚାଷୀମାନଙ୍କୁ ଆବଶ୍ୟକ ପରିମାଣର ଉନ୍ନତମାନର ବିହନ ସଠିକ ସମୟରେ ଯୋଗାଇ ଦେବାକୁ ଦାବି କରିଛନ୍ତି ପିସିସି ସଭାପତି ଭକ୍ତ ଦାଶ।

ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରଦେଶ କଂଗ୍ରେସ ଆହ୍ବାନକ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା କଂଗ୍ରେସ କମିଟି ଓ ଜିଲ୍ଲା କିଷାନ କଂଗ୍ରେସର ମିଳିତ ଆନୁକୂଲ୍ୟରେ ପାରମ୍ପରିକ ରୀତିରେ କ୍ଷେତରେ ଅଖିମୁଠି ଅନୁକୂଳ କରାଯାଇଛି।

0 Comments