ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ ଆଜି କେନ୍ଦୁଝର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ, କେନ୍ଦୁଝର ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ରକ୍ତଦାନ ଶିବିରକୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), କେନ୍ଦୁଝର ଶ୍ରୀ ମନ୍ଦରଧର ମାହାଲିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ୫୧ ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା । ଏହାପରେ ଓଡିଶାରେ ସମବାୟ ଆନ୍ଦୋଳନକୁ ଅଗ୍ରଗାମୀ କରିବାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭୂମିକା ଶୀର୍ଷକ ଏକ ସଭା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), କେନ୍ଦୁଝର ଶ୍ରୀ ମନ୍ଦରଧର ମାହାଲିକଙ୍କ ଅଧକ୍ଷ୍ୟତରେ ଆୟୋଜିତ ହୋଇଥିଲା । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସଭାପତି କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ, ଡ଼ି. ଡି.ଏମ ନାବାର୍ଡ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ପି. ଡି. ୱାଟରସେଡ, ଜି.ଏମ. ମିଲ୍କ ୟୁନିୟନ, ବରିଷ୍ଠ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ, ଆନନ୍ଦପୁର ଓ ଚମ୍ପୁଆ ମଣ୍
ଳ ଓ ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ ଆନନ୍ଦପୁର ମଣ୍ଡଳ ଏବଂ ମୁଖ୍ୟବକ୍ତା ଭାବରେ ଅବସର ପ୍ରପ୍ତ ପ୍ରଫେସର ଶ୍ରୀ ବିମ୍ବାଧର ବେହେରା ଓ ପୂର୍ବତନ ଏ. ଜି. ଏମ. କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଶ୍ରୀ ସତ୍ୟନାରାୟଣ ମହାପାତ୍ର ଉପସ୍ଥିତ ଥିଲେ । ଜିଲ୍ଲାର ବିଭିନ୍ନ ସମବାୟ ସମିତିରୁ ସଭ୍ୟ/ସଭ୍ୟ। ଓ କର୍ମକର୍ତ୍ତା ଯୋଗଦାନ କରିଥିଲେ । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ କ୍ଷେତ୍ରରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ସହଯୋଗର ଆବଶ୍ୟକତା, ସମବାୟ ଆନ୍ଦୋଳନର ଭୂମିକା ସମ୍ପର୍କରେ ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ । ଏଥିସହିତ ମଧୁ ବାବୁଙ୍କ ଜୀବନୀ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଉପ ନିବନ୍ଧକ ସମବାୟ ସମିତି ସମୂହ କେନ୍ଦୁଝର ସ୍ଵାଗତ ଭାଷଣ ଦେଇଥିଲେ ଓ ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ ଆନନ୍ଦପୁର ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ଉଖୁଣ୍ଡା ଲ୍ୟମ୍ପ୍ସକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନରେ ଉତ୍ତମ ପ୍ରଦର୍ଶନ ପାଇଁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା ।