ସାହାରପଡ଼ା - ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଅନୁସାରେ ଉତ୍ତର ସମ୍ଭାଗର ୧୦ ଦିନିଆ ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଅପ୍ରେଲ ୩୦ ସନ୍ଧ୍ୟା ସମୟରୁ ସାହାରପଡ଼ା ବ୍ଳକ୍ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସ୍ଵର୍ଣ୍ଣକ୍ଷେତ୍ର ଗଦଗଦି ରେ ଆରମ୍ଭ ହୋଇଯାଇଛି l କର୍ମଶାଳାର ଉଦ୍‌ଘାଟନ ସମୟରେ ବିଦ୍ୟାଳୟ ପରିଚାଳାନା ସମିତିର ସଭାପତି ମାନନୀୟ ଦୀନବନ୍ଧୁ ମହାନ୍ତ ମହୋଦୟ ଦୀପ ପ୍ରଜ୍ଜଳନ କରିଥିଲେ , ଏତତ୍ ବ୍ୟତୀତ ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ   ଜିତେନ୍ଦ୍ର ମହାନ୍ତ, କୋଷାଧକ୍ଷ ତରଣୀ ସେନ ମହାନ୍ତ , ତୁରୁମୁଙ୍ଗା  ସଂକୁଳର  ସଂକୁଳ ପ୍ରମୁଖ ହିରାଲାଲ ମହାନ୍ତ,ଉତ୍ତର ସମ୍ଭାଗ ର

ସମ୍ଭାଗ ସଂଯୋଜକ ମାନନୀୟ କ୍ଷେତ୍ରମୋହନ ଦାସ ମହୋଦୟ ,କେନ୍ଦୁଝର ବିଭାଗର ବିଭାଗ ନିରୀକ୍ଷକ ଜ୍ଞାନରଂଜନ ପାଢ଼ୀ , ସହ ବିଭାଗ ନିରୀକ୍ଷକ ଲମ୍ବୋଦର ମହାନ୍ତ, ମୟୁରଭଞ୍ଜ ବିଭାଗ ନିରୀକ୍ଷକ ହରିଶ୍ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଦଶରଥ ମହାନ୍ତ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ l ସଭାପତି ମହୋଦୟ ଆଶ୍ରିବଚନ ପ୍ରଦାନ କରିଥିବା ବେଳେ ସଂକୁଳ ପ୍ରମୁଖ ବର୍ଗ ସମ୍ବନ୍ଧୀୟ କିଛି କଥା କହିଥିଲେ । ଶେଷରେ ସମ୍ଭାଗ ସଂଯୋଜକ କର୍ମଶାଳାର ଅଭିମୁଖ୍ୟ ଉପସ୍ଥାପନା କରିଥିଲେ l ଏଥିରେ ୭୪ ଜଣ ଗୁରୁମା, ୨୨ ଜଣ ଗୁରୁଜୀ ,୬ଜଣ ପ୍ରଶିକ୍ଷିକା ,୪ ଜଣ ପ୍ରଶିକ୍ଷକ, ୪ଜଣ ପୂର୍ଣ୍ଣକାଳୀନ  ମୋଟ ୧୧୦ ଜଣ ଉପସ୍ଥିତ ଥିଲେ ।

0 Comments