ପାଟଣା:( ବିଜୟ ମହାନ୍ତ) କେନ୍ଦୁଝର ବନଖଣ୍ଡ  ପାଟଣା ବନାଞ୍ଚଳର ଖିରେଇଟାଙ୍ଗିରି ସେକ୍ସନ ଅଧୀନରେ ଥିବା କେନ୍ଦେଇପଶି ଗ୍ରାମର ଧନେଶ୍ୱର ନାଏକ ଙ୍କ ପୁଅ ଚରଣ ନାଏକ ଗୁରୁବାର ଦିନ ୧୨ଘଟିକା ସମୟରେ ବଲାଣିପଶି - କେନ୍ଦେଇପଶି ଗ୍ରାମ ଜଙ୍ଗଲ  ନିକଟସ୍ଥ ହୁଡ଼ିରେ ଛେଳି ଚରାଉଥିବା ବେଳେ ଭାଲୁ ଚରଣ ନାଏକଙ୍କୁ ଅତର୍କିତ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କର ବେକରେ ଗଭୀର ଆଘାତ ଲାଗିଛି। କୌଣସି ମତେ ଭୟରେ ଦୌଡ଼ି

ଆସି ଗ୍ରାମ ନିକଟରେ ପହଂଚିବା ପରେ ପରିବାର ଲୋକେ ଏକ ଅଟୋ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟରେ ଭର୍ତ୍ତି କରିଥିଲେ।ଏହି ଘଟଣା କୁ ନେଇ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଧାର ପଚାରିବାରୁ ସେ କହିଛନ୍ତି ଆମେ ଜାଣିବା ପରେ ବନପାଳ ଓ ବନରକ୍ଷୀ କେନ୍ଦୁଝର ମୁଖ୍ୟ ଚିକିତ୍ସା ଳୟରେ ପହଞ୍ଚି ଘଟଣା ବିଷୟରେ ପଚାରି ବୁଝିଥିଲେ। ଏବଂ ଘଟଣା ସ୍ଥଳରେ ବନବିଭାଗ ଟିମ ପହଞ୍ଚି ଭାଲୁର ଗତିବିଧି ଉପରେ ନଜର ରଖିଛି।

0 Comments