ପାଟଣା( ବିଜୟ ମହାନ୍ତ): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ର ବିଭିନ୍ନ ବିକାଶମୂଳକ ଯୋଜନାର ପ୍ରଗତି ଓ କାର୍ଯ୍ୟାନ୍ବୟନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ବ୍ଲକ୍ ଗୋଷ୍ଟି ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ AEEs, ସମସ୍ତ ଜୁନିୟର ଇଞ୍ଜିନିୟର (JE) ସହକାରୀ ଯନ୍ତ୍ରୀ ସିଦ୍ଧ ମାଝି, GPDO ରଶ୍ମି ରେଖା ମହାନ୍ତି, BPC/BPA-RH, BRC, ଏପିଓ ଦୀପକ କୁମାର ବେହେରା, PEOs, ADEOs, BFT, BSSO ଓ WEO ମାନେ ଉପସ୍ଥିତ ଥିଲେ। ବୈଠକରେ ପାଣି ଯୋଗାଣ, ଆବାସ ନିର୍ମାଣ, ଶିକ୍ଷା ବିଭାଗର କାର୍ଯ୍ୟ, ଗାଁ ଗୁଡିକର ଉ

ନ୍ନତି କାମ, ସ୍ୱାସ୍ଥ୍ୟ ସୁବିଧା, ମହିଳା ଓ ଶିଶୁ କଲ୍ୟାଣ, ଗୋଷ୍ଠୀ ଉନ୍ନତି ଓ ଅନ୍ୟାନ୍ୟ ସମାଜ କଲ୍ୟାଣ ଯୋଜନା ବିଷୟରେ ଆଲୋଚନା ହୋଇଥିଲା। ଏହି ବୈଠକ ମାଧ୍ୟମରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ  ନେତୃତ୍ୱ ରେ ଚାଲୁଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡ଼ିକୁ ଲୋକଙ୍କ ପାଖରେ  ପହଞ୍ଚାଇବା ପାଇଁ ବିଡିଓ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକ ଶେଷରେ , ବିଡିଓ ମହୋଦୟ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ତାଙ୍କ ସହଯୋଗ ଓ ଦୃଢ଼ ପ୍ରତିବଦ୍ଧତା ପାଇଁ ଧନ୍ୟବାଦ ଜଣାଇଲେ ଏବ‌୍ ବ୍ଲକ ର ଅବିରତ ଉନ୍ନତି ପାଇଁ ଏପରି ସମନ୍ୱିତ ପ୍ରୟାସ ଆଗାମୀ ଦିନରେ ବି ଜାରି ରହିବ ବୋଲି ଆଶା ବ୍ୟକ୍ତ କଲେ।

0 Comments