ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା 10 ତାରିଖରେ ଆସି ଦୁଇ ଦିନିଆ ଓଡ଼ିଶା ଆସୁଛନ୍ତି ଅମିତ । ପୁରୀ, ସମ୍ବଲପୁର ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
କହିଛନ୍ତି, ‘ପୁନର୍ବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଆସନ୍ତା 10 ତାରିଖରେ ଅମିତଙ୍କ ଓଡିଶା ଗସ୍ତ ଆରମ୍ଭ ହେବ । 10 ତାରିଖରେ ଅମିତ ଭୁବନେଶ୍ୱରରେ ପହଞ୍ଚିବେ । ଭୁବନେଶ୍ୱରରୁ ଜଟଣୀ ଯାଇ ଫରେନସିକ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ ଗୃହ ମନ୍ତ୍ରୀ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରୀ ମଣ୍ଡଳର ସଦସ୍ୟ ସାମିଲ ଯେବେ । କାର୍ଯ୍ୟକ୍ରମ ପରେ 10 ତାରିଖ ସନ୍ଧ୍ୟାରେ ପୁରୀ ଗସ୍ତରେ ଯିବେ ସେ । ମହାପ୍ରଭୁଙ୍କ ଦର୍ଶନ କରି ରାତ୍ରୀଯାପନ କରିବେ । ତା'ପର ଦିନ ସମ୍ବଲପୁର ଯାଇ ସେ ମା' ସମ୍ବଲେଶ୍ୱରୀଙ୍କ ଦର୍ଶନ କରିବେ । ଏହା ସହ ଗୃହମନ୍ତ୍ରୀ ସମ୍ବଲପୁରରେ କିଛି ପ୍ରକଳ୍ପ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।’
ସେହିପରି 11 ତାରିଖରେ ରାଜ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଜନତା ମୈଦାନରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ଅମିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି । ଓଡିଶା ଗସ୍ତ ସମୟରେ ଅମିତ ରାଜ୍ୟର କିଛି ନେତୃତ୍ୱଙ୍କ ସହ ଆଲୋଚନା କରିପାରନ୍ତି । ଶାହଙ୍କ ଓଡିଶା ଗସ୍ତ ସଫଳ କରିବାକୁ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ ବୈଠକ । ବୈଠକରେ ରାଜ୍ୟ ବିଜେପି ସଭାପତି, ରାଜ୍ୟ ପ୍ରଭାରୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ, ସଂଗଠନର ଅନେକ ନେତୃତ୍ୱ ଆଲୋଚନା କରିଛନ୍ତି ।