ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣକୁ ଦୃଷ୍ଟିରେ ରଖି, ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛି ଭାରତ। ୧୯୬୦ ମସିହାରେ ବିଶ୍ୱ ବ୍ୟାଙ୍କର ମଧ୍ୟସ୍ଥତାରେ ହୋଇଥିବା ଦଶନ୍ଧି ପୁରୁଣା ଚୁକ୍ତିକୁ ଭାରତ ଏବଂ ପାକିସ୍ତାନ, ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ଅଳ୍ପ କିଛି ବୁଝାମଣା ମଧ୍ୟରୁ ଗୋଟିଏ ଭାବେ ବିବେଚନା କରାଯାଇ ଆସୁଛି। ଭାରତ ସ
କାରଙ୍କ ଏହି ନିଷ୍ପତ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ଆଗାମୀ ଦିନରେ ଭୂରାଜନୀତି ଉପରେ ଆହୁରି ଅନେକ ଆଲୋଚନାକୁ ନେଇଯିବ। ଏହା ପାକିସ୍ତାନର ନଦୀ, ଫସଲ, ଲୋକ ଏବଂ ପାକିସ୍ତାନର ନୀତି ନିର୍ଦ୍ଧାରକମାନଙ୍କ ଉପରେ ଏକ ବଡ଼ ପ୍ରଭାବ ପକାଇବ।
ଭାରତର ଏହି ନିଷ୍ପତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଇସ୍ଲାମାବାଦ। ପାକିସ୍ତାନର ଜଣେ ବରିଷ୍ଠ ମନ୍ତ୍ରୀ ଏହି ପଦକ୍ଷେପକୁ 'ଜଳ ଯୁଦ୍ଧ' ବୋଲି ବର୍ଣ୍ଣନା କରିଛନ୍ତି। "ସିନ୍ଧୁ ଜଳ ଚୁକ୍ତିନାମାକୁ ଭାରତ ବେପରୁଆ ଭାବେ ସ୍ଥଗିତ ରଖିବା, ଜଳ ଯୁଦ୍ଧର ଏକ କାର୍ଯ୍ୟ। ଏହା ଏକ କାପୁରୁଷତାପୂର୍ଣ୍ଣ, ବେଆଇନ ପଦକ୍ଷେପ," ବୋଲି ପାକିସ୍ତାନର ଶକ୍ତି ମନ୍ତ୍ରୀ ସର୍ଦ୍ଦାର ଅୱେସ ଅହମ୍ମଦ ଖାନ୍ ଲେଘାରୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ପ୍ରତ୍ୟେକ ବୁନ୍ଦା ଆମର ଅଧିକାର ଏବଂ ଆମେ ଏହାକୁ ପୂର୍ଣ୍ଣ ବଳରେ ରକ୍ଷା କରିବୁ- ଲିଗାଲି, ପଲିଟିକାଲି ଆଣ୍ଡ ଗ୍ଲୋବାଲି।"
ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିଶ୍ରି ବୁଧବାର କହିଛନ୍ତି ଯେ, ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିକୁ ସମ୍ପ୍ରତି ପହଲଗାମ ଆକ୍ରମଣର ସୀମାପାର ଲିଙ୍କ୍ ବିଷୟରେ ସୂଚନା ଦିଆଯାଇଛି ଏବଂ ନୂଆଦିଲ୍ଲୀ ଛଅ ଦଶନ୍ଧି ପୁରୁଣା ନଦୀ ବଣ୍ଟନ ଚୁକ୍ତିନାମାକୁ ସ୍ଥଗିତ ରଖିବ। ଏହି ସଂଯୋଗ ପଡ଼ୋଶୀମାନଙ୍କ ମଧ୍ୟରେ ଥିବା ଏକମାତ୍ର ସ୍ଥଳପଥ ବନ୍ଦ କରିଦେବ।
ବିଶ୍ୱ ବ୍ୟାଙ୍କ ସହିତ ବର୍ଷ ବର୍ଷ ଧରି ଆଲୋଚନା ପରେ ୧୯୬୦ ମସିହାରେ ସ୍ୱାକ୍ଷରିତ ସିନ୍ଧୁ ଜଳ ଚୁକ୍ତିନାମା ବିଶ୍ୱର ସବୁଠାରୁ ସ୍ଥାୟୀ ସୀମାପାର ଜଳ ଚୁକ୍ତିନାମା ମଧ୍ୟରୁ ଗୋଟିଏ। ଏହି ଚୁକ୍ତିନାମା ୧୯ ସେପ୍ଟେମ୍ବର ୧୯୬୦ରେ କରାଚୀରେ ଭାରତର ତତ୍କାଳିନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ପାକିସ୍ତାନର ତତ୍କାଳିନ ରାଷ୍ଟ୍ରପତି ଆୟୁବ ଖାନଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା।