ପାଟଣା ( ବିଜୟ ମହାନ୍ତ) କେନ୍ଦୁଝର ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ସ୍ତରୀୟ ସଘଂ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଅତି ଧୁମ ଧାମରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମଟି ଅନୁଷ୍ଠାନର ସଭାପତି କୀରଣ ବାଳା ସେଠୀ ଙ୍କ ନେତୃତ୍ଵରେ ପରିଚାଳନା ହୋଇଥିଲା। ଏଥିରେ ମହିଳା ମାନଙ୍କୁ ମହିଳା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ସହିତ ନାରୀମାନଙ୍କର ସମାଜ ପ୍ରତି ଥିବା ଅବଦାନ ପାଇଁ ତାଙ୍କୁ କିପରି ସମାଜରେ ସମ୍ମାନ ମିଳିବ ଓ ସମାଜରେ ତାଙ୍କର ସ୍ଥାନ କଣ ସେମାନେ କିପରି ସମାଜରେ ଅଗ୍ରଣୀ ହୋଇପାରିବେ ସେ ସମ୍ପର୍କରେ ଅବଗତ କରାଯାଇଥିଲା। ଏହି ଦିବସରେ ପ୍ରଦାନର କାର୍ତ୍ତିକ କୁମାର ଦାଶ ଯୋଗ ଦେଇ ସମାଜରେ ମ

ହିଳା ମାନଙ୍କର ସ୍ଥାନ ଓ ତାଙ୍କର ଉନ୍ନତି ସମ୍ପର୍କରେ କହି ମହିଳା ମାନଙ୍କୁ ଉତ୍ସାହିତ କରିବା ସହ ନିଜର ଉପଦେଶାତ୍ମକ ଅଭିଭାଷଣ ପ୍ରଦାନ କରିଥିଲେ. ଏହି ଉତ୍ସବରେ ମହିଳା ମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା. ମହିଳାମାନେ ଭାଗ ନେଇ ବିଜେତା ହୋଇଥିବା ସ୍ଥାନୀୟ ସରପଞ୍ଚ ମିନାକ୍ଷୀ ନାଏକ ପୁରସ୍କାର ପ୍ରଦାନ କରିଥିଲେ.ଏହି କାର୍ଯ୍ୟକ୍ରମ କୁ mbk ମନରମା ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ବ୍ୟାଙ୍କ ମିତ୍ର ରୀନାରାଣୀ ମହାନ୍ତ, crpcm ମାଳତୀ ବେହେରା ସୁଷମା ନାଏକ, ପ୍ରାଣୀ ମିତ୍ର ବୀଣା ପାଣି ମହାନ୍ତ, କୃଷି ମିତ୍ର ପ୍ରମୁଖ ସହଯୋଗ କରିଥିଲେ ଏଥିରେ 16ଟି shg ଗ୍ରୁପ ସାମିଲ ହୋଇଥିଲେ.

0 Comments