__Noto_Sans_Fallback_8df048; font-size: 20px;">କନ୍ଧମାଳରେ ଭୁଶୁଡିଲା ମାଓଗଡ । ଗଞ୍ଜାମ-କନ୍ଧମାଳ ସୀମାରେ ବଡ଼ ଧରଣର ମାଓ ଅପରେସନ ହୋଇଛି । ଯେଉଁଥିରେ ପୋଲିସର ନିଦ ହଜାଇଥିବା ଟପ୍ ମାଓନେତା ଗଣେଶ ଉଇକେ ନିପାତ ହୋଇଛି । ଏଥିସହ ଆଉ 5 ନକ୍ସଲ ମଧ୍ୟ ସଫା ହୋଇଛନ୍ତି । ଏହି ବଡ଼ ଧରଣର ମାଓ ଅପରେସନ ପରେ ନକ୍ସଲ ମୁକ୍ତ ଭାରତରେ ଏହା ଏକ ମାଇଲ ଷ୍ଟୋନ କହି ଖୁସି ଜାହିର କରିଛନ୍ତି ସ୍ବରାଷ୍ଟମନ୍ତ୍ରୀ ଅମିତ ଶାହ । ଅନ୍ୟପଟେ ଏବେବି ଜାରି ରହିଛି ସର୍ଚ୍ଚ ଅପରେସନ ।
ସାରା ଦେଶ ଖ୍ରୀଷ୍ଟମାସକୁ ନେଇ ଉତ୍ସବ ମୁଖର ଥିବା ବେଳେ କନ୍ଧମାଳର ଚକାପାଦ ପୋଲିସ ଥାନା ଅନ୍ତର୍ଗତ ବେଲଘର ପେଡମ ଜଙ୍ଗଲରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏହି ଗୁଳି ବିନିମୟରେ 6 ମାଓବାଦୀ ନିପାତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଟପ୍ ମାଓନେତା ଗଣେଶ ଉଇକେ ରହିଛି । ଗତକାଲି ରାତିଠୁ ବେଲଘର ଥାନା ଗୁଳିବିନିମୟ ଚାଲିଥିବା ବେଳେ ଆଜି ସକାଳୁ ଚକାପାଦ ଥାନା ଅଧିନରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଗଣେଶ ସମେତ 6 ମାଓବାଦୀ ନିପାତ ହୋଇଥିବା ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ କହିଛନ୍ତି ,
ସୁରକ୍ଷାକର୍ମୀ-ମାଓ ଗୁଳି ବିନିମୟରେ ଟପ୍ ମାଓନେତା ତଥା CPI(ମାଓବାଦୀ) ସେଣ୍ଟ୍ରାଲ କମିଟି ମେମ୍ବର ଗଣେଶ ଉଇକେ ନିପାତ ହୋଇଛି । ଏହି ମାଓ ନେତାଙ୍କ ମୁଣ୍ଡ ଉପରେ ସରକାର 1.1କୋଟିର ପୁରସ୍କାର ଘୋଷଣା କରିଥିଲେ । ସୁରକ୍ଷାକର୍ମୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିଲା ଗଣେଶ ।