ଭୁବନେଶ୍ବର: ଆୟୁଷ୍ମାନ ଭାରତ ଯୋଜନାରେ ଯୋଡି ହେବ ଓଡ଼ିଶା । ଆସନ୍ତାକାଲି (ଏପ୍ରିଲ 11) ଓଡ଼ିଶାରେ ଶୁଭାରମ୍ଭ ଆୟୁଷ୍ମାନ ଭାରତ ଯୋଜନା । ଦୁଇ ଦିନିଆ ଓଡିଶା ଗସ୍ତରେ ଆସି କଟକରେ ଏହାର ଶୁଭାରମ୍ଭ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଓଡ଼ିଶାରେ ସାଢେ 3 କୋଟି ଲୋକ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବେ ।
__Noto_Sans_Fallback_fba9a0; font-size: 17px;">ଆସନ୍ତାକାଲି(ଶୁକ୍ରବାର) ଓଡିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେ.ପି ନଡ୍ଡା । ଆସନ୍ତାକାଲି ଦିନ 1ଟାରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ ନଡ୍ଡା । କଟକରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କରିବେ ଶୁଭାରମ୍ଭ ।
କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନାରେ ଯୋଡି ହେବ ଓଡ଼ିଶା । ରାଜ୍ୟର ସାଢେ 3 କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ ।ଯେଉଁଥିରେ ସାମିଲ ହେବେ 1 କୋଟି 3 ଲକ୍ଷ ପରିବାର । ପୂର୍ବରୁ ପରିବାରକୁ ଗୋଟିଏ କାର୍ଡ ମିଳୁଥିବା ବେଳେ ବର୍ତ୍ତମାନ ପ୍ରତି ସଦସ୍ୟଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ ।
ଏହି ଯୋଜନାରେ ଦେଶର 29 ହଜାର ତାଲିକାଭୁକ୍ତ ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳିବ । ଯାହା କାଶ୍ମୀର ଠାରୁ କନ୍ୟାକୁମାରୀ ଯାଏଁ ଏହି କାର୍ଡ କାମ କରିବ
ତେବେ ଯେଉଁମାନଙ୍କ ପାଖରେ କାର୍ଡ ନାହିଁ ସେମାନେ ଆଧାର କାର୍ଡ ମାଧ୍ୟମରେ ହସ୍ପିଟାଲରେ ଚିକିତ୍ସା କରିପାରିବେ ।
ଶନିବାର ପୁରୀରେ ଆୟୋଜିତ ବିଜେପିର ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେ ନଡ୍ଡା । ପ୍ରଶିକ୍ଷଣ ଶିବିରରେ ବିଧାୟକ, ସାଂସଦ ଓ ଦଳର ନେତାଙ୍କୁ ଦେବେ ଗୁରୁମନ୍ତ୍ର । 12 ତାରିଖ ସକାଳେ ପୁରୀରେ ବିଜେପିର ପ୍ରଶିକ୍ଷଣ ଶିବିର ଉଦ୍ଘାଟନ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏପ୍ରିଲ 11 ତାରିଖ ସନ୍ଧ୍ୟାରୁ 13 ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ପ୍ରଶିକ୍ଷଣ ଶିବିର । ପ୍ରଶିକ୍ଷଣ ଶିବିରରେ ଦଳର ସମସ୍ତ 104 ବିଧାୟକ ଏବଂ ସାଂସଦ ଯୋଗ ଦେବେ । ଏହାସହ 11 ତାରିଖ କଟକ ଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନଷ୍ଟିଟ୍ୟୁଟ ଅଫ ପେଡିଆଟ୍ରିକ୍ସ ନୂଆ ବିଲଡ଼ିଂର କରିବେ ଲୋକାର୍ପଣ । ସେହିପରି ସିପେଟ ଏବଂ ଭୁବନେଶ୍ଵର ଏମ୍ସକୁ ମଧ୍ୟ ଯିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।