ପାଟଣା - ପ୍ରତିବର୍ଷ ଆନ୍ତର୍ଜାତିକ ମହିଳା ଦିବସ ମାର୍ଚ୍ଚ ମାସ ୮ ତାରିଖରେ ପାଳନ କରାଯାଇ ଥାଏ । ଏନେଇ କେନ୍ଦ୍ରରୁ ରାଜ୍ୟ ସରକାର ଗ୍ରାମସ୍ତର ପର୍ଯ୍ୟନ୍ତ ଏହାକୁ ମହା ଆଡ଼ମ୍ବରର ସହ ପାଳନ କରିଥାନ୍ତି। ଚଳିତ ବର୍ଷ ଏହାର ଥିମ ହେଉଛି କାର୍ଯ୍ୟକୁ ତ୍ଵରାନିତ କର, ନାରୀ ସମାନତା ଦିଗରେ ଆଗକୁ ବଢ଼। ଏନେଇ ରାଜ୍ୟ ସରକାରଙ୍କ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ବ୍ଲକ ଗ୍ରାମ ଗୁଡିକରେ ସ୍ଵତନ୍ତ୍ର ଗ୍ରାମସଭା କରିବାକୁ ୨୧ ଫେବ୍ରୁଆରୀରେ ପତ୍ର ହୋଇଥିଲା। ଏଥିରେ ଗ୍ରାମ ଗୁଡିକରେ ପାଞ୍ଚଟି ବିଷୟ ନେଇ ବୈଠକ କରିବାକୁ ଚିଠି ହୋଇଥିଲା। ଏହି ଚିଠି ଆଧାରରେ ବିଭିନ୍ନ ବ୍ଲକ ପରି ପାଟଣା ବ୍ଲକ ମଧ୍ୟ କୋଡ଼ିଏଟି ଗ୍ରାମ ପଞ୍ଚାୟତକୁ ଦିବସ ପାଳନ ନେଇ ଚିଠି ହୋଇଛି। କିନ୍ତୁ ଏହି ଚିଠ
ରେ ଫେବୃଆରୀ ମାସ ୬ ଓ ୭ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ନେଇ ସ୍ଵତନ୍ତ୍ର ଗ୍ରାମ ସଭା କରିବାକୁ ପାଟଣା ବିଡ଼ିଓ ଚିଠି କରିଛନ୍ତି। କିନ୍ତୁ ସବୁଠୁ ବଡ କଥା ହେଲା ଏହି ଚିଠି ମାର୍ଚ୍ଚ ୧ତାରିଖ ହୋଇଛି। ଏହି ଚିଠି କାର୍ଯନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, କୋଡ଼ିଏ ଜଣ ସରପଞ୍ଚ ଓ ବିଭିନ୍ନ କାର୍ଯ୍ୟକାରୀ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ହେଇଛି। ଏହି ଚିଠି ରେ ଏତେବଡ ତ୍ରୁଟି ହୋଇଥିଲେ ମଧ୍ୟ କେହି ଜାଣି ନଥିବା ନେଇ ସବୁଠି ଆଲୋଚନା ହେଉଛି। ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦଙ୍କୁ ପଚାରିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବଡ ତ୍ରୁଟି ହୋଇଥିବା ନେଇ ସ୍ବୀକାର କରିଥିଲେ। ଏନେଇ ତାଙ୍କୁ ଅବଗତ କରି ଆଗାମୀ ଦିନରେ ଏଭଳି ତ୍ରୁଟି ନହେବା ନେଇ ତାଗିଦ କରାଯିବ ବୋଲି ପ୍ରକାଶ କରିଥିଲେ।