କେନ୍ଦୁଝର :-ରୋଟାରୀ କ୍ଲବ କେନ୍ଦୁଝର ପକ୍ଷରୁ ଆଜି କେନ୍ଦୁଝର ସହରସ୍ଥ ରୋଟାରୀ ପିସ ଟାୱାର ନିକଟରୁ ଜଙ୍ଗଲ ସୁରକ୍ଷା ସଚେତନତା ସାଇକେଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହି ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ବାଁପାର ସାଇ ମନ୍ଦିର ନିକଟରେ ସମାପ୍ତ ହୋଇଥିଲା । ଏହି ଶୋଭାଯାତ୍ରାକୁ ରୋଟାରୀ ୩୨୬୨ଜିଲ୍ଲା ସଭାପତି ରାଜଲକ୍ଷ୍ମୀ ସ୍ୱାଇଁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ସଞ୍ଜୟ ମହାପାତ୍ର, ସୁରେଶ ଖଟୋଇ, ସଂଜୀବ ଓତା, ବିଜୟ ବେହେରା, ବିଜୟ କପୁର, ଦେବବ୍ର

ସ୍ୱାଇଁ, ଅର୍ପିତ ପଟ୍ଟନାୟକ, ସତ୍ୟବ୍ରତ ପଣ୍ଡା, ପ୍ରିୟଦର୍ଶିନୀ ପଟ୍ଟନାୟକ, ବୁଲୁ ବେହେରା,ସଂଦିପ୍ ପଟ୍ଟନାୟକ, ବିଭୂତି ସାହୁ,ରୀତା କପୁର ଓ ଉମେଶ ଚନ୍ଦ୍ର ଦେହୁରୀ ଙ୍କ ନେତୃତ୍ୱ ରେ ଶତାଧିକ ସାଇକ୍ଳିଷ୍ଟ ଙ୍କ ସହିତ ପୋଲିସ ହାଇସ୍କୁଲ ର ଛାତ୍ର ଛାତ୍ରୀ ପ୍ଲାକାର୍ଡ ସହିତ ଏହି ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ।  ସଭାପତି ରାଜଲକ୍ଷ୍ମୀ ଙ୍କ ନେତୃତ୍ୱ ରେ ରୋଟାରୀ କ୍ଲବ ବର୍ଷାଧିକକାଳ ନିୟମିତ ଭାବେ ଲୋକକଲ୍ୟାଣ ମୂଳକ କାର୍ଯ୍ୟକରି ସାଧାରଣରେ ପ୍ରଶଂସିତ ହୋଇପାରିଛି ।

0 Comments