ପୁରୀ: ପଶ୍ଚିମବଙ୍ଗ ଦୀଘାରେ ନବ ନିର୍ମିତ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ମହାପ୍ରଭୁଙ୍କ ଶ୍ରୀବିଗ୍ରହ ଦାରୁ କାଠରେ ନିର୍ମାଣକୁ ନେଇ ବିବାଦ ପ୍ରସଙ୍ଗ । ଶ୍ରୀମନ୍ଦିର ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ପଚରାଉଚରା କରୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। 


2015 ନବକଳେବର ବଳକା ଦାରୁରେ ମହାପ୍ରଭୁଙ୍କ ଶ୍ରୀବିଗ୍ରହ କରି ଦୀଘା ଜଗନ୍ନାଥ ମନ୍ଦିରକୁ ପ୍ରଦାନ କରିଥିବା ନେଇ ଏକ ବଙ୍ଗଳା ଟିଭି ଚ୍ୟାନେଲରେ ରାମକୃଷ୍ଣ ଦାସ ମହାପାତ୍ର ଦେଇଥିଲେ ପ୍ରତ

କ୍ରିୟା । ଘଟଣାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମହଲରେ ଅସନ୍ତୋଷ ପରେ ସମଗ୍ର ଘଟଣାର ତଦନ୍ତ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଆଇନମନ୍ତ୍ରୀ ।

ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଆଉ ଏକ ଏତଲା । ଦୀଘା ଜଗନ୍ନାଥ ମନ୍ଦିର 'ଦାରୁ' ବିବାଦକୁ ନେଇ ସିଂହଦ୍ବାର ଥାନାରେ ଏତଲା । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା । ଜଗନ୍ନାଥ ସେନା ପକ୍ଷରୁ ଥାନାରେ ଏତଲା । କାର୍ଯ୍ୟାନୁଷ୍ଠାନ ଦାବି । କାଲି ଅନଲାଇନରେ ଏତଲା ଦେଇଥିଲେ ଆର୍‌ଟିଆଇ କର୍ମୀ ଜୟନ୍ତ ଦାସ ।

ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିରରେ ନିର୍ମିତ ହୋଇଥିବା ଶ୍ରୀବିଗ୍ରହ ମହାପ୍ରଭୁଙ୍କ ଦାରୁର ବଳକା କାଠରେ ନିର୍ମାଣ ହେବା ପ୍ରସଙ୍ଗକୁ ନେଇ ସବୁ ମହଲରେ ବିରୋଧ ତେଜିବାରେ ଲାଗିଛି । ତେବେ ଏହି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବା ପାଇଁ ରାଜ୍ୟ ଆଇନ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଦନ୍ତ କରୁଛନ୍ତି। ସମସ୍ତ ସେବାୟତ ନିଯୋଗ କର୍ମକର୍ତ୍ତାଙ୍କ ମତାମତ ଗ୍ରହଣ କରାଯିବା ସହ ତିନି ବାଡର ବାଡଗ୍ରାହୀ ଏବଂ ତିନି ରଥର ମୁଖ୍ୟ ବିଶ୍ଵକର୍ମାଙ୍କ ମତାମତ ମଧ୍ୟ ନିଆଯାଇଛି । ଏହି କ୍ରମରେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ଏବଂ ସଭାପତି ଗଣେଶ ଦାସମହାପାତ୍ରଙ୍କୁ ମଧ୍ୟ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଚରାଉଚରା କରାଯାଇଛି। ଶ୍ରୀମନ୍ଦିରରୁ ଦାରୁ ଚୋରି ଅଭିଯୋଗକୁ ନେଇ ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ରାମକୃଷ୍ଣ ଦାସମହାପାତ୍ରଙ୍କ ବିରୁଦ୍ଧରେ ସିଂହଦ୍ଵାର ଥାନାରେ ଏତଲା ଦେଇଛି ଶ୍ରୀଜଗନ୍ନାଥ ସେନା । ସମଗ୍ର ଘଟଣାର ତଦନ୍ତ କରାଯାଇ ଦାରୁ ଚୋରି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛି ଶ୍ରୀଜଗନ୍ନାଥ ସେନା ।

ପଶ୍ଚିମବଙ୍ଗର ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଓଡ଼ିଶାର ଆଇନମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତଯୋଗ୍ୟ କହିଛନ୍ତି । ବଳକା ନବକଳେବର ଦାରୁ ବ୍ୟବହାର ଜଗନ୍ନାଥ ସଂସ୍କୃତି ପ୍ରତି ଘୋର ଅପମାନ । ନିମ୍ନସ୍ତରକୁ ଖସି ଯାଇଛନ୍ତି ପଶ୍ଚିମବଙ୍ଗ ସରକାର । ଭାରତରେ ୪ଟି ଧାମ-ପୁରୀ, ଦ୍ବାରିକା, ବଦ୍ରିନାଥ ଓ ରାମେଶ୍ବରମ । ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ବୋଲି ଲେଖିବା ଭୁଲ ବୋଲି ସେସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଶୁଭେନ୍ଦୁ ।

0 Comments