ଭୁବନେଶ୍ବର: ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ। ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବା ପରେ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବୁ, ନଚେତ ଆଇନଗତ ଦିଗକୁ ଯିବୁ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ଦିର ପ୍ରଶାସନ ଉପରେ କାର୍ଯ୍ୟନୁଷ୍ଠାନ ନିଷ୍ପତ୍ତି ଛଡାଯାଇଛି

ତଦନ୍ତ ଚାଲିଛି, ଆଗାମୀ ଦିନରେ କୌଣସି ବିଶୃଙ୍ଖଳା ଯେମିତି ଦେଖାନ ଯିବ ଆମେ ବିଚାର କରୁଛୁ ବୋଲି କହିଛନ୍ତି ମନ୍ତ୍ରୀ ।

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ''ୱେଷ୍ଟବେଙ୍ଗଲ ଜଗନ୍ନାଥ ଧାମ ହୋଇପାରିବ ନାହିଁ। ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବୁ। ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବା ପରେ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବୁ। ନଚେତ ଆଇନଗତ ଦିଗକୁ ଯିବୁ । ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ସ୍ଵାଗତ କରିଛିନ୍ତି। ମମତା ବାନାର୍ଜୀଙ୍କ ପଦକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି। ଶୁଭେନ୍ଦୁ ଅଧିକାରୀ ମଧ୍ୟ ଦ୍ଵିତୀୟ ଜଗନ୍ନାଥ ଧାମ ନାଁ କୁ କଡ଼ା ସମାଲୋଚନା କରିଛନ୍ତି। ସେଠାରେ ଜଗନ୍ନାଥ ଧାମ କରିବାର କୌଣସି କାରଣ ନାହିଁ। ସେମାନେ ଜଗନ୍ନାଥ ଧାମ ବୋଲି କହିବାର କିଛି ଯଥାର୍ଥତା ନାହିଁ। ପଶ୍ଚିମବଙ୍ଗ ରାଜନୀତିକ ଦୃଷ୍ଟିକୋଣରୁ କଣ ଘଟୁଛି ତାହା ଅଲଗା କଥା କିନ୍ତୁ ଆମ ସଂସ୍କୃତି, ଆମ ମନ୍ଦିର, ସୁରକ୍ଷା, ବ୍ୟବସ୍ଥା ସୁରକ୍ଷିତ ଅଛି ଓ ରହିବ। ସରକାରଙ୍କ ଯାହା ଦାୟିତ୍ଵ ସେ କଥା ତୁଲାଇବୁ। ମୁଖ୍ୟମନ୍ତ୍ରୀ ଆସିବା ପରେ ନିଷ୍ପତି ହେବ। ଗତକାଲି ବୈଠକ ଥିଲା ନିଷ୍ପତ୍ତି ହୋଇଛି। ତଦନ୍ତ ଚାଲିଛି ଆଗାମୀ ଦିନରେ କୌଣସି ବିଶୃଙ୍ଖଳା ଯେମିତି ଦେଖାନ ଯିବ ଆମେ ବିଚାର କରୁଛୁ। ଯେଉଁ ସେବାୟତ ଯାଇଥିଲେ ପଚାରା ଉଚରା ଚାଲିଛି। ମନ୍ଦିର ପ୍ରଶାସନ ଉପରେ କାର୍ଯ୍ୟନୁଷ୍ଠାନ ନିଷ୍ପତ୍ତି ଛଡା ଯାଇଛି। ଦୀଘାରେ ଜଗନ୍ନାଥ ଧାମ ହେଇପାରିବ ନାହିଁ । ଆମ ମନ୍ଦିର ସୁରକ୍ଷା ଆମେ ଚିନ୍ତା କରୁଛୁ ।''

ସେହିପରି ବିଜେଡି ଆଣିଥିବା ଅଭିଯୋଗ ପ୍ରସଙ୍ଗରେ ଆଇନ ମନ୍ତ୍ରୀ କହିଛନ୍ତି ଯେ, ଜୀବନ ସାରା ଯିଏ କିଛି କରିନଥିବ ସେ କହିବ କଣ। ବ୍ରହ୍ମ ବିଭ୍ରାଟ ଠାରୁ ଆରମ୍ଭ କରି ଅନେକ ଘଟଣା ନଜର ଅଛି। ରାଜନୈତିକ ଦୃଷ୍ଟି କୋଣରୁ ନିଜକୁ ଦେଖନ୍ତୁ। ପୁରୀରେ ସେବା ବିଭ୍ରାଟ ବିଜେଡି ଆରମ୍ଭ କରିଥିଲା କହିଲେ ଓଢଣୀ ତଳେ ଲୁଚିବେ। ''

0 Comments