ପାରାଦ୍ବୀପ: ଜଗତସିଂହପୁର ପାରାଦ୍ୱୀପ ବନ୍ଦରରେ ଅଘଟଣ । କାମ କରୁଥିବା ବେଳେ ଜାହାଜରୁ ଖସିପଡିଲେ 2 କ୍ରିଉ ମେମ୍ବର । ଜଣେ ନିଖୋଜ ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇଁ NDRF ଓ ତଟରଖି ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କ ( Paradip Port Authority) ପକ୍ଷରୁ କୁହାଯାଇଛି କି, 

-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ଏମଭି ଲକ୍କି ଡ୍ରାଗନ (Lucky Dragon) ନାମକ ଏକ ମାଲ ପରିବହନକାରୀ ଜାହାଜ ଗତକାଲି ରାତିରେ ( ଗୁରୁବାର, ସେପ୍ଟେମ୍ବର 4 ତାରିଖ) ପାରାଦ୍ୱୀପ ବନ୍ଦରରେ ପହଞ୍ଚିଥିଲା । ଏହି ଜାହାଜ ଆମେରିକା ପାନାମାରୁ ପିଗ୍ ଆଇରନ ନେଇ ପରିବହନ କରୁଥିଲା । ଆଜି (ଶୁକ୍ରବାର) ପୂର୍ବାହ୍ନ ୧୧ଟା ସମୟରେ ଜାହାଜର ରୋପ ରାର୍ଡରରେ ତ୍ରୁଟି ଦେଖା ଦେଇଥିଲା । ତ୍ରୁଟି ସୁଧାରିବା ପାଇଁ ଦୁଇ କ୍ରିଉ ମେମ୍ବର ଜାହାଜ ଉପରକୁ ଚଢି ମରାମତି କାମ ଆରମ୍ଭ କରିଥିଲେ । କାମ କରୁଥିବା ସମୟରେ ଦୁଇଜଣ କୌଣସି କାରଣରୁ ଗଭୀର ପାଣି ମଧ୍ୟକୁ ଖସି ପଡ଼ିଥିଲେ । ଏନେଇ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ମାରାଇନ ପୋଲିସ ଓ ସ୍ଥାନୀୟ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ।

ଜାହାଜରେ ସମୁଦାୟ 23 ଜଣ କର୍ମଚାରୀ ଥିଲେ । ସେଥିରୁ 11 ଜଣ ଚୀନରୁ, 6 ଜଣ ଇଣ୍ଡୋନେସିଆ, 3 ଜଣ ଭିଏତନାମ ଏବଂ 3 ଜଣ ବାଂଲାଦେଶର ନାଗରିକ ଥିଲେ । ଦୁଇ କର୍ମଚାରୀ କିପରି ସମୁଦ୍ରକୁ ଖସି ପଡ଼ିଲେ ସେ ନେଇ କୌଣସି ସୂଚନା ମିଳିନାହିଁ । ମାତ୍ର ଜାହାଜର ପୃଷ୍ଟ ଓଦା ରହିଥିବା କାରଣରୁ ଏପରି ଦୁର୍ଘଟଣା ଘଟିଥିବାର ସନ୍ଦେହ କରାଯାଉଛି । ଉଦ୍ଧାର ହୋଇଥିବା କ୍ରିଉ ମେମ୍ବର ଜଣକ ବାଂଲାଦେଶର ନାଗରିକ ଅଟନ୍ତି । ବର୍ତମାନ ସୁଦ୍ଧା ନିଖୋଜ ଥିବା କ୍ରିଉ ମେମ୍ବର ଜଣକ ଚୀନର ନାଗରିକ ହୋଇଥିବା ସୂଚନା ମିଳିଛି ।

0 Comments